ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

18

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଅନ୍ତର୍ଗତ ଶ୍ରୀବଳଦେବ ଜୀଉ ସ୍ଥିତ ଶାରଦା ବିଦ୍ୟା ମନ୍ଦିର ମଞ୍ଜୁରୀ ଠାରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ନିର୍ମଳ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଗୁରୁଣାଂମ ଗୁରୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କପିଳେଶ୍ୱର ଦଳେଇ ଓ ସମ୍ମାନୀୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଫକୀର ଚରଣ ଧଳ, ସମାଜ ସେବୀ ଶ୍ରୀଯୁକ୍ତ କୃପାସିନ୍ଧୁ ନାୟକ ଯୋଗ ଦେଇଥିଲେ। ବିଦ୍ୟାମନ୍ଦିର ଗୁରିମା ଓ ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁଣାଂମଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିବା ସହ ସ୍ଵାଗତ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଥମେ ଗୁରୁଣାଂମ ଗୁରୁଙ୍କୁ ବିଦ୍ୟାଳୟର ଗୁରୁଜୀ ଗୁରୁମା ପୂଜା କରିଥିଲେ। ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସମସ୍ତ ଗୁରୁଜୀ ଗୁରୁମା ମାନଙ୍କୁ ସ୍ଵାଗତ କରି ତିଳକ,ଚନ୍ଦନ, ପୁଷ୍ପ ଗୁଚ୍ଛ ଦେଇ ଗୁରୁବନ୍ଦନା ଗାନ କରାଯାଇ ପୂଜା କରାଯାଇଥିଲା। ମୁଖ୍ୟ ଅତିଥି ତଥା ଗୁରୁଣାଂମ ଗୁରୁ କପିଳେଶ୍ୱର ସାରଙ୍କୁ ମାନପତ୍ର, ପୁଷ୍ପ ଗୁଚ୍ଛ, ଔପଢୋକନ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ନିଜ ବକ୍ତବ୍ୟରେ ବିଦ୍ୟାମନ୍ଦିର ଗୁରୁ ପୂଜନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଗୁରୁମା ଜ୍ୟୋତିରାଣୀ ରାଉତ ମାନପତ୍ର ପଠନ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଗୁରୁମା ଦମୟନ୍ତୀ ବେହେରା ସଂଚାଳନ କରିଥିଲେ। ଅତିଥି ପରିଚୟ ଗୁରୁଜୀ ସନ୍ତୋଷ ପ୍ରଧାନ ଦେଇଥିବା ବେଳେ ଗୁରୁମା ସବିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁଜୀ ରତ୍ନାକର ରାଉତ, କେଶବ ସେଠୀ ଗୁରୁମା ସସ୍ମିତା ମହାନ୍ତି, ଲିପିଲତା ସାହୁ,ଦମୟନ୍ତୀ ଦାସ, ପ୍ରଭାତୀ ବାହାଳିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More