ଗୁରୁ ଦିବସରେ ଛତ୍ର ଛାତ୍ରୀଙ୍କୁ ଦିଗଦର୍ଶନ ଦେଲେ ଜିଲ୍ଲାପାଳ

18

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପବିତ୍ର ଗୁରୁଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବା ସହିତ ଅନେକ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଜ୍ଞାନ ବୃଦ୍ଧି ନିମନ୍ତେ ବିଦ୍ୟାଳୟରେ ନିୟୁଜ କର୍ଣ୍ଣରରେ ପ୍ରତିଦିନ ଦେଶ ବିଦେଶର ଖବର ପଢିବାକୁ ଜିଲ୍ଲାପାଳ ଶ୍ରୀସାହୁ ପରାମର୍ଶ ଦେବା ସହିତ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଓ ଇଂରାଜୀ ଖବରକାଗଜ ପଢିବାର ସୁଯୋଗ ପ୍ରଦାନ କରିବାକୁ କହିଥିଲେ । ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ସଂପର୍କରେ ବୁଝାଇ ଜୀବନରେ ଜଣେ ସଫଳ ମଣିଷ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ଦିଗଦର୍ଶନ ଦେଇଥିଲେ । ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲା ସଂଗ୍ରହାଳୟ ବୁଲିବା ଅବସରରେ ଜିଲ୍ଲାପାଳଙ୍କ ସହିତ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଳାପାଳ ଶ୍ରୀସାହୁ ଛାତ୍ରଛାତ୍ରୀଙ୍କ ସହିତ ସଂଗ୍ରହାଳୟ ବୁଲିଦେଖିବା ସହ ନୂତନ ଭାବରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ତହସିଲଦାର ଦେବିପ୍ରସାଦ ଦାଶ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର,ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ,ଆର୍କିଟେକ ସୁମନ ଷଡଙ୍ଗୀ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More