ଗୁରୁଦିବସ ମହା ସମାରୋହରେ ପାଳିତ

18

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : –ନବରଙ୍ଗପୁର୍ ଜିଲ୍ଲା ଡାବୁଗାଁ ବ୍ଲକ ଅଧିନରେ ଥିବା ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ତଥା ସାରା ରାଜ୍ୟର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ମାନଙ୍କରେ ମହା ସମାରୋହରେ ଗୁରୁ ଦିବସ୍ ପାଳିତ ହୋଇ ଜାଇଛି।ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀମାନେ ପ୍ରଥମେ ସର୍ବପଲ୍ଲି ରାଧାକ୍ରିଷ୍ନ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ତାପରେ ଧୁପ୍,ଦିପ ପ୍ରଜ୍ଵଳନ କରି ଫଟୋ ଚିତ୍ରରେ ଚନ୍ଦନ ଲଗାଇ ପ୍ରଣାମ ନିବେଦନାନ୍ତେ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଓ ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ରୀ ମାନଙ୍କ ପାଦ ଭକ୍ତି ଭରେ ଧୋଇଦେଇ ଗାମୁଛାରେ ପୋଛି ଚନ୍ଦନ ଲଗାଇ ବନ୍ଦାପନା କରିଥିଲେ।ଏହି ଅବସରରେ ଏକ ସଭାର ଆୟୋଜନ କରାଜାଇ ଭାଷଣ୍,ପ୍ରବନ୍ଧ ଲିଖନ ଓ ସଙ୍ଗିତ ପ୍ରତିଜୋଗିତା କରାଜାଇ ପ୍ରଥମ, ଦୁତୀୟ ଓ ତ୍ରୁତିୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଙ୍କୁ ପୁରସ୍କ୍ରୁତ କରାଜାଇଥିଲା।ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଆଗରେ ଆଜିକାର ଦିବସ ଓ ଗୁରୁ ଶିଷ୍ୟ ସମ୍ପର୍କ ବିଷୟରେ ଛାତ୍ରୀ ମାନେ ନିଜ ନିଜର ମତ ବ୍ୟକ୍ତ କରିଥିବା ବେଳେ ଶିକ୍ଷକ/ଶିକ୍ଷୟତ୍ରୀମାନେ ସମସ୍ତ ଛାତ୍ରୀମାନଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ।ଅବସରପ୍ରାପ୍ତ ଦୁଇ ଜଣ ଶିକ୍ଷୟତ୍ରୀ ମେନକା ସାମଲ ଓ ମିସ୍ ପି ଭି ମାଲେଶ୍ଵରୀଙ୍କୁ ପୁଷ୍ପ ଗୁଛ ଓ ଉତରୀୟ ପ୍ରଦାନ୍ କରି ସମ୍ମାନୀତ କରାଜାଇଥିଲ। ଶିକ୍ଷକ,ଶିକ୍ଷୟତ୍ରୀ ଓ ପୁରାତନ ଛାତ୍ରୀମାନଙ୍କୁ ଅଧ୍ୟୟନରତ ଛାତ୍ରୀ ମାନେ ପୁଷ୍ପଗୁଛ ଓ ଉପହାର ପ୍ରଦାନ କରିଥିଲେ।ପରିଶେଷରେ ଆଦର୍ଶ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଗୁରୁ ଦିବସ ବିଷୟରେ ଛାତ୍ରୀ ମାନଙ୍କୁ କହିବା ସହିତ ଗୁରୁ ମାନଙ୍କୁ ଭକ୍ତି କରି ଆଗକୁ ବଢିବାକୁ ବ୍ୟାପକ ପରାମର୍ଶ ମାନ ଦେଇଥିଲେ।ଉକ୍ତ କାର୍ଜ୍ୟକ୍ରମରେ ବିଦ୍ୟାଳୟର ଷଷ୍ଟରୁ ଦ୍ଵାଦଶ ଶ୍ରେଣୀ ପର୍ଜ୍ୟନ୍ତ ସମସ୍ତ ଛାତ୍ରୀ ଭାଗ ନେଇଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More