ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡକୁ ନେଇ ମତ ରଖିଲେ ସିଟି ଡିଏସପି

16

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଲୋକନାଥ ରୋଡ଼ରେ ଥିବା ଗୁରୁକୃପା ଆଶ୍ରମରେ ଗତ ୨୮ ତାରିଖରେ ଜଣେ ବାବାଙ୍କୁ ହତ୍ୟାକାଣ୍ଡ ଘଟଣାର କାରଣ ସୁଚନା ଦେଇଚି ବାସେଳି ସାହି ଥାନା ପୋଲିସ। ହଠାତ୍ ଦୁଇ ବାବାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଉତ୍ତେଜିତ ହୋଇ ଅଭିଯୁକ୍ତ ବିଷ୍ଣୁ ବାବା ଓରଫ ରବୀନ୍ଦ୍ର କୁମାର ଜେନା ଅର୍ଜୁନ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ସେହିପରି ସେହିଦିନ ରକ୍ତମୁଖା ବିଷ୍ଣୁ ବାବାର ଆକ୍ରମଣର ଶିକାର ହୋଇ ଗୁରୁତର ଭାବେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ହେଉଥିବା ଦୟାନିଧି ଦାସ ବାବାଙ୍କର ମଧ୍ୟ ଆଜି ମୃତ୍ୟୁ ହୋଇଛି। ଅଭିଯୁକ୍ତ ବିଷ୍ଣୁ ବାବା ପ୍ରଥମେ କାଠ ଫାଳିଆରେ ଅର୍ଜୁନ ବାବାଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିବା ପରେ ସେହି ମଠରେ ଥିବା ଦୟାନିଧି ବାବାଙ୍କୁ ଏକ ଇଟାରେ ଅତି ନୃଶଂସ ଭାବେ ଆକ୍ରମଣ କରି ଗୁରୁତର କରିଦେଇଥିଲା। ତେବେ ଅଭିଯୁକ୍ତ ବିଷ୍ଣୁ ବାବା ଓରଫ ରବୀନ୍ଦ୍ର କୁମାର ଜେନାକୁ ହତ୍ୟାକାଣ୍ଡ ଘଟଣାରେ ବାସେଳୀ ସାହି ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆବଶ୍ୟକ ପଡିଲେ ତାକୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରୀ ସିଟି ଡିଏସପି।ସେପଟେ ପୁରୀ ସଦର ଥାନା ମୁକୁନ୍ଦ ମିଶ୍ର ନଗରରେ ଗତ ୨୭ ତାରିଖରେ ବିଜୟ କୁମାର ଖୁଣ୍ଟିଆଙ୍କ ଘର ଉପରକୁ ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିଲୁ ବରାଳ ଓ ତା ଗ୍ୟାଙ୍ଗକୁ ଗିରଫ କରିଛି ସଦର ଥାନା ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜୟ କୁମାର ଖୁଣ୍ଟିଆଙ୍କୁ ଜୀବନରେ ମାରି ଦେବାପାଇଁ ନିଲୁ ବରାଳ ଯୋଜନା କରି ତାଙ୍କ ଘର ଉପରକୁ ବୋମାମାଡ କରିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More