ଗୁରିଆ ନଦୀରେ ମାଛ ଧରୁ ଧରୁ ସ୍ରୋତରେ ଭାସି ବୃଦ୍ଧ ମୃତ

57

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : – ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଗୁଣ୍ଡୁରିଆ ଗ୍ରାମ ନିକଟରେ ଗୁରିଆ ନଦୀରେ ବିଜୁ ସେତୁ ନିର୍ମାଣାଧୀନ ପୋଲ ପାଖରେ ନଦୀରେ ଗୁଣ୍ଡୁରିଆ ଗ୍ରାମର ବୃଦ୍ଧ ମାଛ ଧରୁ ଧରୁ ନଦୀ ସ୍ରୋତରେ ଭାଷିଯାଇ ମୃତ୍ୟୁ ବରଣକରିଛି । ସୂଚନାଯୋଗ୍ୟ ଗୁଣ୍ଡୁରିଆ ଗ୍ରାମର ଗାନେ ବାସ୍କେ(୬୫) ଆଜି ସକାଳ ୭ ଟା ପାଖାପାଖି ସମୟରେ ନିର୍ମାଣଧୀନ ବିଜୁ ସେତୁ ନିକଟରେ ଗୁରିଆ ନଦୀରେ ମାଛ ଧରୁଥିଲେ । ବିଜୁ ସେତୁ ପୋଲତଳେ ନିର୍ମାଣ ସାମଗ୍ରୀ ଥିଲା । ବର୍ଷା ପାଣି ଯୋର ଆସୁଥିବାରୁ ଠିକାଦାର ସେହି ସାମଗ୍ରୀ ବାହାରକୁ ନେଇ ଯାଇ ପାଣି ଘାଇ ଖୋଲି ଦେଇଥିଲେ ।ଫଳରେ ପାଣିର ସ୍ରୋତ ବଢ଼ି ଯାଇଥିଲା ।ତଳ ମୁଣ୍ଡରେ ଗାନେ ବାସ୍କେ ମାଛ ଧରୁଥିବାବେଳେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ ।ଖବର ପାଇ ଗ୍ରାମବାସୀ ରାଇରଙ୍ଗପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ଅଗ୍ନିଶମ ବିଭାଗ ଅଧିକାରୀ ଲିଡିଂ ଫାୟାର ମେନ୍ ସୁନ୍ଦର ସୋରେନଙ୍କ ନେତୃତ୍ବରେ ଫାୟାର ମେନ୍ ସୁଶାନ୍ତ ନାୟକ,ବନମାଳି କିଷାନ,ରଶ୍ମି ରଂଜନ ନାୟକ,ଖେଲାରାମ ମାରାଣ୍ଡି ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦିର୍ଘ ୩ ଘଣ୍ଟା ଖୋଜାଖୋଜି କଲାପରେ ଘଟଣାଠାରୁ ୧ କିମି ଦୂରରେ ନଦୀରୁ ବୁଡିଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ସେତେବେଳକୁ ପ୍ରାଣବାୟୁ ଉଡି ଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More