ଗୁଣ୍ଡିଚା ମନ୍ଦିର ନିକଟରୁ ୧୫ଲୁଟେରା ଗିରଫ

15

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) :- ଗୁରୁବାର ରଥ ନିକଟରେ ଶ୍ରଦ୍ଧାଳୁଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇବା ସହ ମୋବାଇଲ ଲୁଟିବାବେଳେ ଦୁଇଟି ଗ୍ୟାଙ୍ଗ୍‌ର ୧୫ଜଣ ଲୁଟେରା ଧରାପଡ଼ିଛନ୍ତି । ଗୋଟିଏ ଗ୍ୟାଙ୍ଗ୍‌ରେ ୬ଜଣ ଆଉ ଏକ ଗ୍ୟାଙ୍ଗରେ ୯ଜଣ ଅଛନ୍ତି । ଏନେଇ କୁମ୍ଭାରପଡ଼ା ଥାନା ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, କୁମ୍ଭାରପଡ଼ା ଲେଙ୍କାସାହିର ଚିଣ୍ଟୁ ଓରଫ ବିଶ୍ୱଜିତ ସାମନ୍ତରାୟ ଗୁରୁବାର ସକାଳେ ଗୁଣ୍ଡିଚା ମନ୍ଦିର ନିକଟକୁ ଆସିଥିଲେ । ରଥ ପାଖରେ ଛିଡ଼ା ହୋଇଥିବାବେଳେ ଜଣେ ଲୁଟେରା ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଉଥିଲା । ଏହାଦେଖି ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରିଥିଲେ । ପରେ ପେଜନଳା ପାଖରେ ଛିଡ଼ା ହୋଇଥିବା ଅନ୍ୟ ୫ଜଣ ଲୁଟେରାଙ୍କୁ ଧରି ନିସ୍ତୁକ ପିଟିଥିଲେ । ଏହାପରେ ପୁଲିସ ପହଞ୍ଚି ସମସ୍ତଙ୍କୁ ଗିରଫ କରିଥିଲା । ସେହିପରି କୁମ୍ଭାରପଡ଼ାର ଲୁଲୁ ପଟ୍ଟନାୟକ ସକାଳେ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲେ । ଏହି ସମୟରେ ଏକ ୯ଜଣିଆ ଲୁଟେରା ଗ୍ୟାଙ୍ଗ୍ ସେଠାରେ ପଇଁତରା ମାରୁଥିଲେ । ସେମାନେ ଲୁଲୁଙ୍କ ପକେଟରୁ ମୋବାଇଲ ଏବଂ ବେକରୁ ସୁନାଚେନ୍ ଛିଣ୍ଡାଇବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଯାଇଥିଲେ । ଏହାପରେ ମୁଣ୍ଡିଆମରା ଜାଗା ନିକଟକୁ ଲୁଟେରା ମାନଙ୍କୁ ନେଇ ଲୋକମାନେ ନିସ୍ତୁକ ପିଟିଥିଲେ । ପରେ ପୁଲିସ ପହଞ୍ଚି ସମସ୍ତ ଲୁଟେରାକୁ ଗିରଫ କରିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More