ଗାୟତ୍ରୀ ଶକ୍ତି ପୀଠ ପ୍ରଜ୍ଞା ଭବନ ଠାରେ କୋଭିଡ଼ି ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

30

Get real time updates directly on you device, subscribe now.

ଗଞ୍ଜାମ ( ସଂଘର୍ଷ ମିଡିଆ ) : ରମ୍ଭା ସହର ସ୍ଥିତ ଗାୟତ୍ରୀ ଶକ୍ତି ପୀଠ ପ୍ରଜ୍ଞା ଭବନ ଠାରେ କୋଭିଡ଼ି ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଡ଼. ଏପି ଜେ ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଓ ଗଞ୍ଜାମ ଜିଲ୍ଲା ପବ୍ଲିକ ରାଇଟସ ଆସୋସେସନର ମିଳିତ ଆନୁକୂଲ୍ୟରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉଦଘାଟକ ରୂପେ ରମ୍ଭା ବନ୍ୟପ୍ରାଣୀ ଓ ବନାଞ୍ଚଳ ଅଧିକାରୀ ରଶ୍ମିତା ଜେନା, ମୁଖ୍ୟ ଅତିଥି ରୂପେ ପୂର୍ବତନ ନଗରପାଳ ତଥା ସମାଜ ସେବୀ ସୁବାଷ ଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ରୁପେ ବିଶିଷ୍ଟ ଶିକ୍ଷାବିତ ତଥା ପ୍ରକୃତି ବନ୍ଧୁ ବିଜୟ କୁମାର ବିଶ୍ବାଳ, ସାମ୍ମାନୀତ ଅତିଥି ରୂପେ ରମ୍ଭା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀ ଯୋଗଦେଇ କରୋନା ସମୟର ଭୟଭୟତାରେ ବି ନିଜର ଜୀବନକୁ ବାଜି ଲଗାଇ ସେବା କରି ଲୋକଙ୍କ ଜୀବନକୁ ସୁରକ୍ଷା ଦେଇଥିବା ସାମାଜିକ କର୍ମୀ ଓ ସ୍ବେଚ୍ଛାସେବୀଙ୍କୁ ହିଁ ସେମାନେ ପ୍ରକୃତ କରୋନା ଯୋଦ୍ଧା ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହିଳା ନେତ୍ରୀ ରଶ୍ମିତା ସାହୁ , ସବିତା ସେନାପତି, ଅବସର ପ୍ରାପ୍ତ ଶ୍ରମ କମିଶନର ତ୍ରିନାଥ ବେହେରା, ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ମହାରଣା ନିଜର ବକ୍ତବ୍ୟ ରଖିଥିଲେ । ଏପିଜେ ଅବଦୁଲ କାଲାମ ଜନକଲ୍ୟାଣ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ, ସଭାପତିତ୍ବ କରିଥିଲେ ଗଞ୍ଜାମ ଜିଲ୍ଲା ପବ୍ଲିକ ରାଇଟସର ସଭାପତି ଭୀମସେନ ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷୟତ୍ରୀ ଅଞ୍ଜନା ବେହେରା ।ଏହି ଅବସରରେ କରୋନାଯୋଦ୍ଧା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠି, ସାମ୍ବାଦିକ ସୁଜିତ କୁମାର ବେହେରା, ଶିକ୍ଷକ ଶେଷଦେବ ବେହେରା, ସମାଜସେବୀ ପଞ୍ଚାନନ ଖଟୁଆ, ଉମାକାନ୍ତ ସାହୁ, ଝଡ଼ିଆ ନାହାକ, କୁମୁଦ ରଞ୍ଜନ ପ୍ରଧାନ, ରେଞ୍ଜର ନଗେନ କୁମାର ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ କରୋନା ଯୋଦ୍ଧା ଭାବେରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଗାୟତ୍ରୀ ପରିବାର ତରଫରୁ ମଧ୍ୟ ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ବିଭିନ୍ନ ମହିଳା ସଂଘ ଓ ସାମାଜିକ ଅନୁଷ୍ଠାନରର କର୍ମକର୍ତ୍ତା ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More