ଗଜପତି(ସଂଘର୍ଷ ମିଡିଆ) : – ଗାୟତ୍ରୀ ପରିବାର ଓ ବିଶ୍ୱ ହିନ୍ଦୁ ପରିଷଦର ମିଳିତରେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରେ ସଫେଇ କାର୍ଯ୍ୟକ୍ରମ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରେ ପାରଳାଖେମୁଣ୍ଡି ଗାୟତ୍ରୀ ପରିବାର ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ମିଳିତ ଭାବେ ସଫେଇ କାର୍ଯ୍ୟକ୍ରମ କରିଥିଲେ।ଏଥିରେ ଗାୟତ୍ରୀ ପରିବାରର କାର୍ଯ୍ୟକର୍ତ୍ତା ଓ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟ କର୍ତ୍ତା ସନ୍ତୋଷ ଗନ୍ତାୟତ,ମନୋଜ ଦାସ, ରଜନୀକାନ୍ତ ଚୌଧୁରୀ, ବିନୟ ଦାସ,ରଞ୍ଜନ ଦାଶ, ରାଜେଶ,ବିବେକ ଭୂଷଣ ଗନ୍ତାୟତ ସନ୍ତୋଷ ସାହୁ ପ୍ରମୁଖଙ୍କ ସମେତ ବହୁ କର୍ମୀ ଯୋଗ ଦେଇ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପରିସର ସଫେଇ କରିଥିଲେ।