ଗାୟତ୍ରୀ ଏଜୁକେଶନ ପକ୍ଷରୁ +୨ ଓ +୩ କୃତି ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

17

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା କଲେଜଛକ ସ୍ଥିତ ଗାୟତ୍ରୀ ଏଜୁକେଶନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଳା , ବିଜ୍ଞାନ ଓ ବାଣିଜ୍ୟରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ନିର୍ଦେଶିକା ଶ୍ୱାସତି ସୁଭଦର୍ଶିନୀ ଏଥିରେ ଅଧ୍ୟକ୍ଷତା କରି କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ଶୁଭେଛା ଜଣେଇଥିଲେ । ମୂଖ୍ୟଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ସୁନାଗରିକ ହୋଇ ଦେଶପାଇଁ ସମର୍ପିତ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ବିଶିଷ୍ଠ ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ ଯୋଗଦେଇ ତାଙ୍କ ବକ୍ତବ୍ୟରେ କଠିନ ପରିଶ୍ରମ ହି ସଫଳତାର ଚାବିକାଠି ବୋଲି କହିଥିଲେ । ସମ୍ନାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ରାଜକିଶୋର ଦାସ , ଅଧ୍ୟାପକ ଶଶୀକାନ୍ତ ଖୁଣ୍ଟିଆ ଯୋଗଦେଇ ଗାୟତ୍ରୀ ଏଜୁକେଶନ ପଏଣ୍ଟର ଏଭଳି ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଯୁକ୍ତ ଦୁଇ କଳାରେ ଜିଲ୍ଲାରେ ଶ୍ରେଷ୍ଟ ଦଶ ଜଣଙ୍କ ଭିତରେ ଥିବା ରାଜଲଷ୍ମୀ ସାସମଲ ,ଅବିନାଶି ଭୋଇ ,ଅମ୍ବିକା ପ୍ରିୟଦର୍ଶିନୀ ଦାଶ , ଯୁକ୍ତତିନି ବିଜ୍ଞାନରେ ସ୍ୱାତି ପ୍ରିୟଦର୍ଶିନୀ ଦାଶ ଓ ଯୁକ୍ତତିନି ବାଣିଜ୍ୟରେ କୁମାର ଇନ୍ଦ୍ରଜିତଙ୍କୁ ଉପସ୍ଥିତ ଅତିଥିମାନେ ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଗର ଷଡଙ୍ଗୀ ,ଦେବାଶିଷ ତ୍ରିପାଠୀ , ଦୁର୍ଗାପ୍ରସାଦ ନନ୍ଦ ,ନିବେଦିତା ଦାସ ପ୍ରମୁଖ ପରିଚାଳନା କରିଥିଲେ । ଓ ଶେଷରେ ଅସିତ ରଞ୍ଜନ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More