ଗାଯାତ୍ରୀ ଏଜୁକେସନ ପଏଣ୍ଟ ପକ୍ଷରୁ ଶିକ୍ଷକ ଗୌରବ ଦିବସ ପାଳିତ

18

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଗାଯାତ୍ରୀ ଏଜୁକେସନ ପଏଣ୍ଟ ପକ୍ଷରୁ ଆଜି ଶିକ୍ଷକ ଗୌରବ ଦିବସ ସ୍ଥାନୀୟ କଲେଜ ଛକ ସ୍ଥିତ ଏଜୁକେସନ ପଏଣ୍ଟ ପରିସରରେ ପାଳିତ ହୋଇଯାଇଛି।ଏଥିରେ ସଭାପତିତ୍ୱ କରି ଗାୟତ୍ରୀ ଏଜୁକେସନ ପଏଣ୍ଟ ର ନିର୍ଦେଶୀକା ସାସ୍ବତୀ ସୁଭଦର୍ଶିନୀ ଗୁରୁ ଦିବସ ତଥା ଶିକ୍ଷକ ଗୌରବ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ରାଷ୍ଟ୍ରଗୁର ରାଧାକ୍ରିଷ୍ଣନ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉଭୟ ଛାତ୍ର ସମାଜ ଓ ଶିକ୍ଷକ ଙ୍କୁ ପରାମର୍ଶ ଦେଇଥିଲେ।ମୁଖ୍ୟ ଅତିଥିଭାବେ ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଏଭଳି କାର୍ଯ୍ୟକ୍ରମ ର ପ୍ରସଂସା କରିବା ସହିତ ଆମ ପରମ୍ପରା ରେ ପୂଜ୍ୟ ପୂଜାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶ, ଅଧ୍ୟାପକ ଶଶିକାନ୍ତ ଖୁଣ୍ଟିଆ, ଆଇନଜୀବି ରାଜକିଶୋର ଦାସ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ଵିଜୟ କୁମାର ରଥ, ଶରତ ମହାପାତ୍ର ଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସଂଯୋଜିକା ଛାତ୍ରୀ ସ୍ୱରୂପା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ, କର୍ମଚାରୀ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More