ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପବିତ୍ର ମାଟି ଓ ଜଳ ସଂଗ୍ରହ

18

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଆସନ୍ତା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀକୁ ରାଜ୍ୟ ସରକାର ସ୍ମରଣୀୟ କରିବା ପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକସେବା ଭବନ ପରିସରରେ ସ୍ମାରକୀ ସ୍ୱରୂପ ଅଶ୍ୱତଥ ଚାରା ରୋପଣ କରାଯିବ। ତେଣୁ ରାଜ୍ୟର ଯେଉଁ ଜିଲ୍ଲାକୁ ମହାତ୍ମା ଗାନ୍ଧୀ ଯାତ୍ରା କରଥିଲେ କିମ୍ବା ଯେଉଁ ସ୍ଥାନ ସ୍ବାଧୀନତା ସଂଗ୍ରାମ ସହ ଜଡିତ ଥିଲା ସେହି ସ୍ଥାନରୁ ପବିତ୍ର ମାଟି ଏବଂ ପବିତ୍ର ନଦୀରୁ ଜଳ ସଂଗ୍ରହ କରାଯାଇ ବ୍ୟବହାର କରାଯିବ। ତେବେ ଜଗତସିଂହପୁର ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଏନ୍ତୁଡିଶାଳ ପବିତ୍ର ଅଳକାଶ୍ରମ ଚାଟରା ଜଗତସିଂହପୁରଠାରେ ପୂଜାର୍ଚ୍ଚନା କରାଯାଇ ପବିତ୍ର ମାଟି ସ°ଗହ କରାଯାଇଛି। ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ବିଡ଼ିଓ ସାଗର ନନ୍ଦ, ତହସିଲଦାର ଅଞ୍ଜଳି ତରାଇ,ସମାଜସେବୀ ବିନାୟକ ପଟ୍ଟନାୟକ,ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ,ପୋୖର ପରିଷଦ କାଉନସିଲର, ପୋୖର ପରିଷଦର ମୁଖ୍ୟ କିରାଣୀ ଦୀପକ ପଟ୍ଟନାୟକ, ସୁଦର୍ଶନ ଭୋଇ, ବିଚିତ୍ରା ନନ୍ଦ ପାଲ ପ୍ରମୂଖ କର୍ମଚାରୀ,ସ°କୀର୍ତ୍ତନ ମଣ୍ଡଳୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସେହିଭଳି ରଘୁନାଥପୁର ବ୍ଳକ ପୂଣ୍ୟତୋୟା ମହାନଦୀ ତାରପୁର ଠାରୁ ପବିତ୍ର ଜଳ ସଂଗ୍ରହ କରାଯାଇଥିଲା।ଏହି ଜଳ ସଂଗ୍ରହ ସମୟରେ ଜିଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ଦାଶ, ରଘୁନାଥ ପୁର ବିଡ଼ିଓ, ବ୍ଳକ ଚେୟାରମ୍ୟାନ, ଜିଲା ପରିଷଦ ସଭ୍ୟ ସଭ୍ୟା, ପଂଚାୟତ ପ୍ରତିନିଧି, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More