ଗାନ୍ଧୀ ଜୟନ୍ତୀ ଅବସରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

14

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦୋଶିଆ ପଞ୍ଚାୟତର ବୁଢ଼ୀ ଜାଗୁଳାଇ ୟୁଥ୍ କ୍ଳବ୍ ତରଫରୁ ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କରୋନାକୁ ପରାସ୍ତ କରିବାପାଇଁ ଘରେ ଘରେ ବୁଲି ମାକ୍ସ ଓ ସାନିଟାଇଜର ବଣ୍ଟନ କରିବାସହ ପ୍ରତ୍ୟେକ ବ୍ୟକ୍ତିଙ୍କ କାନ୍ଥରେ ପୋଷ୍ଟର ଲଗାଇବା ସହିତ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବାହାରେ ମଳତ୍ୟାଗ ନକରିବାପାଇଁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରାଇବା ପାଇଁ ଦୋଶିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଭାତ ରଂଜନ ପ୍ରଧାନ ଓ VLW ସୁକାନ୍ତ କୁମାର ନାୟକ ଉପସ୍ଥିତ ରହି ବହୁ ବ୍ୟକ୍ତି ମାନଙ୍କୁ ମାକ୍ସ ଓ ଶାନିଟାଇଜର ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାସ୍ତାରେ ଯାଉଥିବା ଭଦ୍ରବ୍ୟକ୍ତି ମାନେ ମାଆ ବୁଢ଼ୀ ଜାଗୁଳାଇ ୟୁଥ୍ କ୍ଳବ୍ ର ସମସ୍ତ ପିଲା ମାନଙ୍କୁ ଧନ୍ୟବାଦ ଦେବାସହ ଏଭଳି କାର୍ଯ୍ୟ ପାଇଁ ପ୍ରସଂସା କରିଥିଲେ । ଏହି ଶୋଭାଯାତ୍ରା ଦୋସିଆରୁ ବାହାରି ହାତରେ ମହାତ୍ମାଗାନ୍ଧୀଙ୍କ ଫଟୋ ଧରି ଦୋସିଆ ପଞ୍ଚାୟତ ପଯ୍ୟନ୍ତ ପରିକ୍ରମା କରିଥିଲେ। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More