ମାଲକାନଗିରି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ମାଥିଲି ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ରେ ସମସ୍ତ ସରକାରୀ ବେସରକାରୀ ସଙ୍ଘଠନ ଦ୍ୱାରା, ପାଳନ କରାଯିବା ସହ ସ୍ୱଚ୍ଛତା ପାଳନ କରାଯାଇଛି। ମାଥିଲି ସମାଜ ସେବୀ ଙ୍କ ଦ୍ୱାରା ଗାନ୍ଧୀ ଶାସ୍ତ୍ରୀ ଓ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦିଆଯାଇଥିଲା, ସେପରି ମାଥିଲି ଏସ. ଏସ. ଡି. ସାଇନ୍ସ କଲେଜ ରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟ ଦେବା ସହ କଲେଜ ସଫା କରିଥିଲେ । ଏଥି ସହ ବଳରାମ ନାମକ ଛାତ୍ର ଜିଲ୍ଲା ସ୍ତରରୁ ରାଜ୍ୟସ୍ତରୀୟ କ୍ରୀଡା ରେ ପାଇ ଥିବାରୁ ସମସ୍ତେ ମିଶି ସମର୍ଦ୍ଧନା ଜଣାଇବା ସହ କଲେଜ ରେ ଥିବା ଖେଳ ପଡିଆ କୁ ନିର୍ମାଣ କରିବା ଓ ଖେଳ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ । ଅନ୍ୟ ଛାତ୍ର ଛାତ୍ରୀ ମାନେ ମଧ୍ୟ ରାଜ୍ୟ ତଥା ଅନ୍ତର୍ଜାତୀୟ କ୍ରୀଡା ରେ ଭାଗ ନେଇ ଥାନ୍ତୁ ବୋଲି ଜଣାଇଛନ୍ତି ।