ଗାନ୍ଧୀଜୀ ଓ ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

22

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଜିଲ୍ଲା ସ୍ତରୀୟ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଏବଂ ପୂର୍ବତନ ପ୍ରଧାନମାନ୍ତ୍ରୀ ତଥା ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ ତମ ଜୟନ୍ତୀ ଗାନ୍ଧୀଘାଟ ଠାରେ ପାଳିତ ହୋଇଛି । ପୁରୀ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । କୋଭିଡ ନୀୟମ ଅନୁପାଳନ ପୂର୍ବକ ସାମାଜିକ ଦୂରତ୍ବ ରକ୍ଷା ଓ ମାସ୍କ ପରିଧାନ ସହ ଜୟନ୍ତୀ ପାଳିତ ହୋଇଛି । ସର୍ବୋଦୟ ମେଳା କମିଟିର ପ୍ରତିନିଧି ଶ୍ରୀ ଶିବପ୍ରସାଦ ମିଶ୍ର ସର୍ବଧର୍ମ ପାର୍ଥନା ସଭା ପରିଚାଳନା କରିଥିଲେ । ଆଜି ପ୍ରତ୍ୟୁଷରେ ସହରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ବାରା ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୁରୀ ପୌରସଂସ୍ଥା ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୁରବୀର ସିଂ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More