ଗାଧୋଇବାକୁ ଯାଇ ନଦୀରେ ବୁଡି ଯୁବକ ମୃତ

18

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦର ୮ ନମ୍ବର ଓ୍ବାର୍ଡ ବାଲିପଡା ଗ୍ରାମର ସୁବାଷ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ସୌମ୍ଯରଞ୍ଜନ ସାହୁ ବୟସ ୨୦ ଆଜି ଦିନ ୨ଟା ସମୟରେ ଗାଧୋଇବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ସମୟରେ ଗୋଡ ଖସି ଯାଇଥିଲା। ଫଳରେ ଗଭୀର ଜଳଭିତରେ ବୁଡ଼ି ଯାଇଥିଲେ ସୌମ୍ୟ।ପରେ ସ୍ଥାନୀୟ ଲୋକମାନେ ବୁଡିଯାଉଥିବା ଦେଖି ଉଦ୍ଧାର କରି ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବିଭାଗୀୟ ଡାକ୍ତର ତାଙ୍କୂ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।କେନ୍ଦ୍ରାପଡାରେ ପହଞ୍ଚିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More