ନୂଆପଡା (ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଲର୍କା ଗ୍ରାମପଞ୍ଚାୟତ ଅଧୀନସ୍ଥ ଅନକାପୁର ଠାରେ ନାଗ ବଂଶୀୟ ମରେଇ ମାନଙ୍କ ଗାଦୀ ଯାତ୍ରା ମହାଆଡ଼ମ୍ବର ସହିତ ପାଳନ ହୋଇଯାଇଛି । ପ୍ରାପ୍ତ ଖବର ଅନୁସାରେ ଚୈତ୍ର ଶୁକ୍ଲପକ୍ଷ ପୂର୍ଣ୍ଣମୀ ତିଥିରେ ନାଗ ବଂଶୀ ମରେଇ ମାନଙ୍କ ଇଷ୍ଟଦେବୀ କୁଆଁସଲିଏନ ଓ ଗୋଣ୍ଡ ଜାତିର ଇଷ୍ଟ ଦେବତା ଶ୍ରୀ ଶ୍ରୀ ବୁଢ଼ାଦେଓଙ୍କୁ ପୂଜାର୍ଚ୍ଚନା କରିଥିଲେ । ଉକ୍ତ ଯାତ୍ରାରେ ଛତିଶଗଡ଼, ନବରଙ୍ଗପୁର,ବଲାଙ୍ଗୀର ନୂଆପଡା ଜିଲ୍ଲା ର ସହ ସହ ନାଗ ବଂଶୀୟ ଭାଇ ବନ୍ଧୁ ବାନ୍ଧବ କୋଣ ଅନୁକୋଣରୁ ଉପସ୍ଥିତ ରହିଥବାବେଳେ ଉକ୍ତ ଯାତ୍ରାରେ ମୁଖ୍ୟ ଅତିଥିଭାବେ ଆଖିଲଭାରତୀୟ ଗୋଣ୍ଡ ସମାଜ ନୂଆପଡା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଝୀ, ସମ୍ନାନିତ ଅତିଥି ଜିଲ୍ଲାପରିଷଦ ଆଧକ୍ଷା ଶ୍ରୀମତୀ ଡଲି ମାଝୀ ,ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସ୍ମୃତି ସିଂ ମାଝୀ , ଶ୍ରୀ ଚିକନୁ ମାଝୀ,ଶ୍ରୀ ଜୁଜେଷ୍ଟି ମାଝୀ, ଭାବସିଙ୍ଗ ମାଝୀ,ପୂର୍ଣଚନ୍ଦ୍ର,ମାଝୀ କନକ ସିଂ ମାଝୀ,ପଞ୍ଚମ ମାଝୀ,ନନ୍ଦକିଶୋର ମାଝୀ,ବିଶ୍ୱନାଥ ମାଝୀ,ଭାଗ୍ୟବାନ ମାଝୀ, ଡମ୍ବରୁ ଧର ମାଝୀ ଧୀରେନ୍ଦ୍ର କୁମାର ମାଝୀ,ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ବୁଢାଦେଓଙ୍କ କୃପାଭିକ୍ଷା ଲାଭ କରିଥିଲେ। ବୋଡେ଼ନ ବ୍ଲକରୁ ଭାଗ୍ୟବାନ ମାଝୀଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।