କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ସାଲେପୁର ଇଲେକ୍ଟ୍ରିକାଲ ଡିଭିଜନ କାଯ୍ୟାଳୟ ସମ୍ମୁଖରେ ଭଡା ସୂତ୍ରରେ ଲାଗିଥିବା ଗାଡି ମାଲିକ ସଂଘର ଧାରଣା।ଗାଡ଼ି ମାଲିକ ସଙ୍ଘ ସେସୁ ଅଧୀନରେ ଭଡା ସୂତ୍ରରେ ଗାଡିଲଗାଇ ଥିବାବେଳେ କୌଣସି କାରଣ ନ ଦର୍ଶଅଇ ଗାଡି ଗୁଡିକୁ ଏବେ ଟିପିସିଓଡିଏଲ ଫ୍ରାଞ୍ଚାଇଜି ନେବାପରେ ବାହାର କରିଦେବା ପ୍ରତିବାଦରେ ୩ଦଫା ଦାବିନେଇ ଧାରଣା। ଦାବିଗୁଡିକ ହେଲା କୌଣସି କାରଣ ନ ଦର୍ଶାଇ ଗାଡି ଗୁଡିକୁ ବାହାର କରାଯାଇଥିବାରୁ ପୁନଃ ଥଇଥାନ କରାଯାଉ। କୋଭିଡ଼ି ସମୟରେ ମାଲିକମାନେ ରୋଜଗାର ହରାଇଥିବାରୁ ୧ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରାଯାଉ ବୋଲି ଧାରଣା ଦେଇଛନ୍ତି। ଅଗଷ୍ଟମାସ ୧୦ ତାରିଖ ପର୍ଯ୍ୟନ୍ତ ଗାଡି ଚାଲିଥିଲା ଉକ୍ତ ମାସର ପୂର୍ଣ ଭଡା ପ୍ରଦାନ କରାଯାଉ। ଯଦି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଦାବି ଗୁଡିକୁ ପୂରଣ ନ କରନ୍ତି ଆମ୍ଭେ ବାଧ୍ୟ ହୋଇ ଧାରଣା ଚାଲୁ ରଖିବୁ ବୋଲି ଗାଡି ମାଲିକମାନେ କହିଛନ୍ତି। ଏପଟେ ଗାଡି ମାଲିକ ମାନଙ୍କୁ ଡାକି ଖୁବଶୀଘ୍ର ଏହାର ସମାଧାନ କାରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।