ପୁରୀ(ସଂଘର୍ଷ ମିଡିଆ) : – ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଚି ଘମୋଘୋଟ ଲଢେଇ। ଦୁଇ ଦେଶ ମଧ୍ଯରେ ଚାଲିଚି ଜୋରଦାର ଯୁଦ୍ଧ। ତେବେ ଇସ୍ରାଏଲ ଯେଭଳି ଗାଜା ସହରରେ ନର ସଂହାର କରୁଚି ତାକୁ ବିରୋଧ କରାଯାଉଛି। ପୁରୀରେ ସବୁ ବାମ ପନ୍ଥି ଦଳ ଇସ୍ରାଏଲର ନର ସଂହାରକୁ କଡ଼ା ବିରୋଧ କରାଯାଇଛି। ବାମ ଦଳ ଅଭିଯୋଗ କରିଛନ୍ତି ଏହି ଭାଇଙ୍କର ଯୁଦ୍ଧ ପଞ୍ଚରେ ଆମେରିକାର ସାମ୍ରାଜ୍ୟ ବାଦ ନିତି ରହିଚି। ଆମେରିକା ନିଜର ସାମ୍ରାଜ୍ୟ ବଢ଼ାଇବା ସହ ଅସ୍ତ୍ରଶସ୍ତ୍ର ବ୍ୟବସାୟ ବଢ଼ାଇବା ପାଇଁ ଇସ୍ରାଏଲ ଆକ୍ରମଣକୁ ସମର୍ଥନ କରୁଚି। ଫଳରେ ଗାଯା ରେ ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି ହୋଇଚି। ଯୁଦ୍ଧ ଯୋଗୁ ଗାଜାରେ ପାଣି, ଖାଦ୍ୟ, ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଗୁରୁତର ସଙ୍କଟ ସୃଷ୍ଟି ହୋଇଚି। ଖାଦ୍ୟ, ପାଣି, ଚିକିତ୍ସା ନ ପାଇ ହଜାର ହଜାର ନିରୀହ ଲୋକ ପ୍ରାଣ ହରେଇ ଲେଣି। ଛୋଟ ଛୁଆଙ୍କ ଜିବନ ଅକାଳରେ ଯାଉଚି। ଇସ୍ରାଏଲ ଏତେ ରକ୍ତ ମୁଖା ହୋଇ ଯାଇଚି ଜେ ସବୁ ମାନବିକ ଅଧିକାର ଭୁଲି ସବୁ ସ୍ଥାନରେ ନିରସ୍ତ୍ର ଲୋକଙ୍କ ଉପରେ ବୋମା, ରାକେଟ ମାଡ କରୁଚି। ଆକ୍ରମଣରୁ ଜାତି ସଂଘ କର୍ମ ଚାରି, ସାମ୍ୱାଦିକ ବି ବାଦ୍ ପଡି ନାହାନ୍ତି। ହେଲେ ଦୁଃଖ ର ବିଷୟ ଆମେରିକା କୁ ନରେନ୍ଦ୍ର ମୋଦି ସରକାର ସମର୍ଥନ କରି ଇସ୍ରାଏଲ ବିରୋଧ ରେ ଜାତିସଂଘ ରେ ଭୋଟ ଦେଇନାହିଁ। ହଜାର ହଜାର ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଭାରତ ଯୁଦ୍ଧ ସପକ୍ଷରେ ରହିଚି। ଯାହାକି ଅତି ନିନ୍ଦନୀୟ। ତୁରନ୍ତ ଭାରତ ସରକାର ଇସ୍ରାଏଲକୁ ନିନ୍ଦା କରିବା ସହ ପାଲେଷ୍ଟାଇନକୁ ମାନବୀୟ ସହାୟତା ଦେବା ପାଇଁ ବାମ ଦଳ ଦାବୀ କରିଚନ୍ତି। ପୁରୀ ମୋଚି ସାହି ଛକରୁ ବାମ ଦଳଙ୍କ ଏକ ରାଲୀ ବାହାରି କଚେରି ଛକ ରେ ପହଞ୍ଚିଥିଲା। ଜିଲାପାଳଙ୍କ ଅଫିସ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଇଥିଲା।