କନ୍ଧମାଳ(ସଂଘର୍ଷ ମିଡିଆ) : :-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବାରଟି ପଞ୍ଚାୟତର ପ୍ରାୟ ଶହେରୁ ଅଧିକ ଗାଁ ସାଥି ଆଜି ଆର୍ ଏମ୍ ସି ପଡିୟା ଠାରୁ ବାହାରି ରାଇକିଆ ବ୍ଲକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ।ପରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ଦେଇଥିଲେ । ଗାଁ ସାଥି ଜ଼ିନ୍ଦାବାଦ ଆମର ଦାବି ରାଜ୍ୟ ସରକାର ତୁମେ ମାନିନୀୟ ଏମିତି ଅନେକ ନାରାବାଜି କରି ଦୁଈ ଲାଇନରେ ଠିଆ ହେଈ ଶାନ୍ତି ଶୁଙ୍ଖଳା ସହ ପଦଯାତ୍ରା କରିବା ଦେଖିବାକୁ ମିଳିଛି । ସେମାନଙ୍କର ଦାବି ହେଉଛି ପୁରୁଣା ଗାଁ ସାଥିକୁ ବାହାର କରାଯିବ ନାହିଁ,ନୂତନ ଭାବେ କୌଣସି ଗାଁ ସାଥି ନିଯୁକ୍ତି ଦିଆଯାଇ ପାରିବ ନାହିଁ, ରାଇକିଆ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ,ଜିଲ୍ଲାପାଳ, ଏବଂ ଗୋଷ୍ଠୀ ଊହ୍ନୟନ ଅଧିକାରୀଙ୍କୁ ଅବଗତ କରେଇଥିଲେ ।ମାନ୍ୟବର ହାଇ କୋର୍ଟ ଉକ୍ତ ଦାବି ଉପରେ ମାମଲା ବିଚାର କରି ଏହା ସ୍ଥଗିତ ରଖିଥିବା ସୂଚନା ରହିଛି । ଏହି ଦାବି ପତ୍ର ଦେବା କାର୍ଯ୍ୟକ୍ରମରେ ସଭାପତି ସୁକାନ୍ତ କୁମାର ଡିଗାଲ ସମ୍ପାଦକ ରବି କୁମାର ପ୍ରଧାନଙ୍କ ସହ ସବୁ ପଂଚାୟତର ପ୍ରାୟ ଶହେରୁ ଅଧିକ ଗାଁ ସାଥି ଉପସ୍ଥିତ ହୋଇଥିଲେ ।ଯଦି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ସମାଧାନ ହୋଇ ଦାବି ପୂରଣ ନ ହୁଏ ତେବେ, ଆଗାମୀ ଦିନରେ ନିଶ୍ଚୟ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟକୁ ଯିବୁ ଏବଂ ରାଜରାସ୍ତାକୁ ଉଲ୍ଲାଇବୁ ବୋଲି ଗାଁ ସାଥୀ ଦଳ ଚେତାବନୀ ଦେଇଛନ୍ତି ।ଶେଷରେ ଉପଦେଷ୍ଟା ଅଭିମନ୍ୟୁ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କନ୍ଧମାଳ ଜିଲ୍ଲା, ବାଲିଗୁଡା ସବ ଡିଭିଜନ ରୁ ଉତ୍ତମ ନାଥ ଦିଗାଲ ଙ୍କ ରିପୋର୍ଟ.. ସଂଘର୍ଷ ନିୟୁଜ |
Get real time updates directly on you device, subscribe now.
Prev Post