ଗାଁ ସାଥି ସଂଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଘେରାଉ

46

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ସମସ୍ତ ୧୦ ଗୋଟି ବ୍ଲକର ସମସ୍ତ ଗାଁ ସାଥୀ ବା ମେଟ୍ ୬ ଗୋଟି ଦଫା ଦାବୀ ନେଇ ନବରଙ୍ଗପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଘେରାଉ କରାଯାଇ ଥିଲା । ରାଜ୍ୟରେ ମନରେଗା ଯୋଜନାରେ ଗତ ୧୫ ବର୍ଷ କାର୍ଯ୍ୟକରି ଆସୁଛନ୍ତି ଗାଁ ସାଥି ହେଲେ , ନବରଙ୍ଗପୁର ଜିଲ୍ଲା ରେ ସେମାନଙ୍କୁ ଏଇ, ଜେଇ, ଠିକାଦାର ଓ ପ୍ରଶାସନ ତରଫରୁ ଅଣଦେଖା ଓ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରାପ୍ୟ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି। ଜବ କାର୍ଡ ଧାରୀ ମାନଙ୍କୁ ବର୍ଷ କୁ ୧୦୦ ଦିନ କାମ ପରିବର୍ତ୍ତେ ୨୦୦ ଦିନ ର କାମ ସୁନିଶ୍ଚିତ କରିବା , ଗାଁ ସାଥି ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ରାଶି ୮ ହଜାର କରିବା , ସମସ୍ତ ଲାଇନ୍ ଡିପାର୍ଟ ମେଣ୍ଟ ରେ ମେଟ୍ ମାନଙ୍କୁ ନିୟୋଜିତ କରିବା , ଗାଁ ସାଥି ମାନଙ୍କ ନିମନ୍ତେ ଡ୍ରେସ କୋଡ଼ କରିବା , ଜବ କାର୍ଡ ଧାରୀ ମାନଙ୍କ ଦୈନିକ ମଜୁରୀ ୨୩୭ ଟଙ୍କା ପରିବର୍ତ୍ତେ ୩୨୨ ଟଙ୍କା କରିବା ଓ ମେଟ୍ ମାନଙ୍କୁ ମାସିକ ସର୍ବ ନିମ୍ନ ୧୦ ଦିନର କାର୍ଯ୍ୟ ବର୍ଷ କୁ ୧୦୦ ଦିନ ର କାର୍ଯ୍ୟ ଗ୍ୟାରେଣ୍ଟଡ କରିବା ଏହି ୬ ଦାବୀ ନେଇ ନବରଙ୍ଗପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଆଜି ର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ତ୍ରିନାଥ ଅମନାତ୍ୟ , ଜିଲ୍ଲା ଉପସଭାପତି ନକୁଳ ନାୟକ, ଜିଲ୍ଲା ସଂଗଠନ ସଭାପତି ମହାଦେବ ମାଝୀ , ଜିଲ୍ଲା ସଂଯୋଜକ କୈଳାସ ଚନ୍ଦ୍ର ଭତ୍ରା , ଜିଲ୍ଲା ସମ୍ପାଦକ ନିଳାମ୍ବର ଦିଶାରୀ , କୋଷାଧ୍ୟକ୍ଷ ଲଛମନ ମାଝୀ ଓ ଜିଲ୍ଲା ର ସମସ୍ତ ବ୍ଲକ ର ଗାଁ ସାଥି ମାନେ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ଦାବୀ ପୂରଣ ନ ହୁଏ, ତାହା ହେଲେ ଜିଲ୍ଲାପାଳ କାର୍ଯ୍ୟାଳୟ , ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଓ ରାଜ ରାସ୍ତା ରେ ଓହ୍ଲେଇବା ପାଇଁ ଚେତାବନୀ ଦେଇଛନ୍ତି ଗାଁ ସାଥି ବା ମେଟ୍ ସଂଘ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More