ଗାଁ ସାଥି ନେଇଗଲେ ଜବକାର୍ଡ ଧାରୀଙ୍କ ଆକାଉଣ୍ଟରେ ଜମା ଟଙ୍କା

36

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ) : -କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଡଡ଼ିଙ୍ଗିଆ ପଞ୍ଚାୟତର ମୁସୁମାହା ଗଣ୍ଡିସୀ ଗ୍ରାମର ପାଞ୍ଚ ଜଣ ଜବକାର୍ଡ ଧାରୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜିଆରଏସ ସୁଜତା ମହାରଣା ଓ ଗାଁ ସାଥୀଙ୍କ ନାମରେ । ସୂଚନା ଅନୁସାରେ ରାଇକିଆ ବ୍ଲକ ଅଧିନରେ ଡଡ଼ିଙ୍ଗିଆ ପଞ୍ଚାୟତର ମୁସୁମାହା ଗଣ୍ଡିସୀ ଗ୍ରାମର ସୁବ୍ରତ ପ୍ରଧାନ,ସୁଦୟ ପ୍ରଧାନ,ତପସ୍ଵିନୀ ପ୍ରଧାନ,ସୁଲୋଚନା ପ୍ରଧାନ, ଅଭିଯୋଗ କରିଛନ୍ତି ଆମ ନିକଟକୁ ଶ୍ରମ କାର୍ଡ ଦ୍ବାରା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରିଛ ବୋଲି ପ୍ରତି ବ୍ୟାଙ୍କ୍ ଏକାଉଣ୍ଟ୍ ରେ ୭ହଜାର୫୦୦ ଟଙ୍କା ଲେଖାଏଁ ଜମା ହୋଇଥିଲା । ଜମା ହେଲା ପରେ ଗାଁ ସାଥି ରାଧାନାଥ ପ୍ରଧାନ ସେମାନଙ୍କ ନିକଟକୁ ଆସି ୭୫୦୦ ରୁ ୭୦୦୦ ଟଙ୍କା ନେଇଗଲେ ଓ ୫୦୦ ଟଙ୍କା ସେମାନଙ୍କୁ ଦେଲେ ।ଏହିପରି କାମ କରିନଥିବା ସମସ୍ତଙ୍କ ଠାରୁ 7ହଜାର ନେଇ ପାଞ୍ଚ ଶହ ଦେଇଥିଲେ। ଅଭିଯୋଗ ପ୍ରକାରେ ସେହି ପଇସା ଗାଁ ସାଥି ରାଧାନାଥ ପ୍ରଧାନ ନେଇକି ଜିଆରଏସ ସୁଜତା ମହାରଣା ଙ୍କୁ ଦେବେ ବୋଲି ପ୍ରକାଶ କହିଥିଲେ। ।ତେବେ ନିରୀହ ଜବ କାର୍ଡ ଧାରୀ ଙ୍କ ଅଜ୍ଞାତରେ ଏଭଳି ଚଞ୍ଚକତା କରାଯାଇ ସରକାରୀ କର୍ମଚାରୀ ମାଲେ ମାଲ ହେଉଥିବା ବେଳେ ସାଧାରଣ ଖଟିଖିଆ ମଜୁରିଆ ଜବ କାର୍ଡ ଧାରୀ ଙ୍କ କଥା ପଚାରେ କିଏ।ଉକ୍ତ ଯୋଜନାରେ ଯୋଡ଼ି ସେମାନେ କାମ କଲେ ତେବେ କାହିକି ପଇସା ମାଗିଲେ ଓ କେବଳ ୫୦୦ଟଙ୍କା ଦେଲେ । ଯଦି ସେମାନେ କାମ କରିନାହାନ୍ତି ତେବେ ସେମାନଙ୍କ ବ୍ୟାଙ୍କ୍ ଖାତାକୁ କାହିଁକି ଓ କେଉଁ ଆଧାରରେ ପଇସା ଛାଡ଼ିଲେ ? ଏହିପରି ଭାବରେ ଯଦି କାମ ନ କରି ଲୋକେ ପଇସା ପାଉଛନ୍ତି ଖାତାରେ ଏବଂ ପରେ ସେମାନଙ୍କ ଠାରୁ ପଇସା ସରକାରୀ କର୍ମଚାରି ମାଗି ନେବେ ତେବେ ଲୋକଙ୍କ ଉପରେ କଣ ପ୍ରଭାବ ପଡ଼ିବ ।ଲୋକେ ଯଦି ପଇସା ଦେବେ ନାହି ତେବେ ଯେଉଁମାନେ କାମ କରିଥିବେ ସେମାନେ ପଇସା ପାଇବେ କେଉଁଠାରୁ ? ଏହିପରି ଅଭିଯୋଗ ପରେ ଉକ୍ତ ଜିଆର ଏସ ସୁଜାତା ମହାରଣାଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରୁ ସେକହିଥିଲେ ପଂଚାୟତରେ ଥିବା ଗାଁ ସାଥି ମାନେ ନିଜ ଗ୍ରାମରେ କରାଇ ଥାନ୍ତି ଗ୍ରାମସାଥୀ ଯେଉଁ ଜବକାର୍ଡ଼ ଧାରୀଙ୍କ ଆକାଉଣ୍ଟ ନମ୍ବର ଦେବେ ସେହି ଆକାଉଣ୍ଟ ରେ ତାଙ୍କ ପାରିଶ୍ରମିକଯାଇଥାଏ।ମୋର ଏଥିରେ କୌଣସି ଭୂମିକା ନାହିଁ ବୋଲି କଥାକୁ ଏଡାଇ ଯାଇଥିଲେ। ତେବେଏନେଇ ସ୍ଥାନିୟ ସରପଞ୍ଚ ତତ୍ ସହିତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଏକ ଲିଖିତ ଆକାରରେ ଜିଲ୍ଲା ପାଳଙ୍କୁ ଏବଂ ପିଡି ଡିଆର ଡିଏ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି |ଦେଖିବାକୁ କେବଳ ବାକି ରହିଲା ଜିଲ୍ଲାପାଳ ଜିଆରଏସ ଓ ଗାଁ ସାଥିଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଡିଭିଜନ ରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More