ଗାଁ ଦାଣ୍ଡରେ ଶ୍ୱଶୁରଙ୍କୁ ବିଭତ୍ସ ଭାବେ ହତ୍ୟା କଲା ପିଶାଚ ଜ୍ବାଇଁ

11

Get real time updates directly on you device, subscribe now.

କାମାକ୍ଷାନଗର(ସଂଘର୍ଷ ମିଡିଆ) : – ମୃତ୍ୟୁର ଫାଶରେ ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର । କିନ୍ତୁ ଚକ୍ରବ୍ୟୁହରେ ଫସିଗଲା ନିରୀହ ଶ୍ୱଶୁର । ଜ୍ବାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ ଦେଖିବାକୁ ମିଳିଛି ।ଗତ କାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ କିଟି ମିଟି ଅନ୍ଧାର ଭିତରେ ଶ୍ୱଶୁରକୁ ଟାଙ୍ଗିଆରେ ହାଣିଲା ପିଶାଚ ଜ୍ୱାଇଁ । ମୃତ ଶ୍ୱଶୁର ଜଣଙ୍କ ପରଜଙ୍ଗ ଥାନା ପଙ୍ଗାତିରା ଗାଁର ପର୍ଶୁରାମ ବାରିକ । ଜ୍ୱାଇଁ ରମଣ ବେହେରା ହତ୍ୟାକାଣ୍ଡ ଘଟାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ ସୂଚନା ଅନୁଯାୟୀ, ୧୦ ବର୍ଷ ତଳେ ମୃତ ପର୍ଶୁରାମଙ୍କ ଝିଅ ସେହି ଗାଁର ରମଣ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ପର୍ଶୁରାମ ଜ୍ୱାଇଁକୁ ଯୌତୁକ ବାବଦକୁ ୩୦ ହଜାର ଟଙ୍କା ଦେଇଥିଲେ । ତେବେ ବିବାହ ପରଠାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଚାଲି ଆସୁଥିଲା ।ଯାହାକୁ ନେଇ ପର୍ଶୁରାମ ଝିଅ ଜ୍ବାଇଁକୁ ବୁଝାଇ ଆସୁଥିଲେ । ତେବେ ଗତ କାଲି ରାତିର ଘଟଣା ଥିଲା ଭିନ୍ନ । ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ରମଣ ରଚିଥିଲା ଏକ ବଡ଼ ଯୋଜନା । ମାତ୍ର ଏସବୁ ସୁରାକ ପାଇ ବାପା ଘର ଲୋକଙ୍କୁ ଖବର ଦେଇଥିଲା ଝିଅ । ଏକ ଫାଶିର ଦଉଡି ଝୁଲାଇ ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ଜଗି ବସିଥିଲା ପିଶାଚ ଜ୍ୱାଇଁ ରମଣ । ଯାହାକୁ ନେଇ ଶ୍ୱଶୁର ଓ ଜ୍ବାଇଁଙ୍କ ମଧ୍ୟରେ ବଚସା ଓ ପରେ ଅର୍ଥାତ ବିଳମ୍ବିତ ରାତିରେ ରକ୍ତପାତର ରୂପ ନେଇଥିଲା ।ରମଣର ଟାଙ୍ଗିଆ ଚୋଟରେ ଶ୍ୱଶୁର ପର୍ଶୁରାମ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ । ଏ ନେଇ ମହାବିରୋଡ଼ ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More