କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ପଟ୍ଟାମୁଣ୍ଡାଇ ପୈାର ପରିଷଦ ତନୁପୁର ତିନି ନଂମ୍ବର ୱର୍ଡ୍ ର ସାବିତ୍ରୀ ସାହୁ ପୂର୍ବରୁ ରହି ଆସିଥିବା ଗ୍ରାମର ସରକାରୀ ରାସ୍ତା କୁ ମଡ଼େଇ ଇଟା ଦିବାଲ କରୁଥିବାରୁ ଦୁଇ ଦିନ ପୂର୍ବରୁ ଗ୍ରାମର କିଛି ଲୋକମାନେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ କୁମାର ସେଠିଙ୍କ ନିକଟରେ ଅଭିଯୋଗ କରିଥିଲେ କିନ୍ତୁ ଅଭିଯୋଗର କୈାଣସି ସମାଧାନ ନହେବାରୁ ଆଜି ତନୁପୁର ଗ୍ରାମର ବହୁ ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ ପଟ୍ଟାମୁଣ୍ଡାଇ ତହସିଲଦାର କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ଧାରଣାରେ ବସିଥିଲେ। ଏନେଇ କିଛି ସମୟ ପଯ୍ୟନ୍ତ ତହସିଲ କାର୍ଯ୍ୟାରେ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ କୁମାର ସେଠି ଧାରଣା ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଧାରଣା କାରୀ ମାନେ ତାଙ୍କ ଜିଦ୍ ରେ ଅଡ଼ି ବସିଥିଲେ ଏଭଳି ଘଟଣା ଆଜିକୁ ପ୍ରାୟ ଦୁଇବର୍ଷ ରୁ ଉର୍ଦ୍ଧ ହେବ କିନ୍ତୁ କୈାଣସି ସମାଧାନ ନହେବା କାରଣରୁ ଆଜି ସେ ମହିଳା ଜଣଙ୍କ ଇଟା ପାଚେରୀ ନିର୍ମାଣ କରୁଛନ୍ତି ଏଣୁ ଆପଣମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଆମକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରନ୍ତୁ। ଧାରଣାରେ ବସିଥିବା ଲୋକମାନଙ୍କ କଥାଶୁଣି ତହସିଲଦାର ଦିଲ୍ଲୀପ କୁମାର ସେଠି ସରକାରୀ ଅମିନ, ଆରଆଇ ଓ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହିତ ରାସ୍ତାର ମାପଚୁପ ଆରମ୍ଭ ହୋଇଛି।