ଗାଁର ବିକାଶ କର ନହେଲେ ଭୋଟ ବର୍ଜନ

29

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ) : – ମୌଳିକ ସୁବିଧା ମଲକା ଗ୍ରାମବାସୀଙ୍କ ପାଇଁ ଆଜି ହିଁ ଅପହଞ୍ଚ ହୋଇପଡିଛି । ସରକାରଙ୍କୁ କହି କହି ଆମେ ଥକି ଗଲୁ । ଏଥର ନିର୍ବାଚନରେ ଆମେ ଉଚିତ ଜବାବ ଦେବୁ। ଭୋଟ ନେଲା ବେଳକୁ ମୁଣ୍ଡିଆ ମାରି ନେଉଛ । ଜିତିଗଲା ପରେ ସାଧାରଣ ଜନତା ଙ୍କୁ ଓଲୁଅ ଖୁଆଉଛ । ହଁ ଆଜ୍ଞା କାହିଁକି ଆମେ ଏକଥା କହୁଚୁ, ନରସିଂହପୁର ଠାରୁ ମଲ୍ଲକା ଗ୍ରାମ ମାତ୍ର 3 କିମି ଦୂର ପାହାଡ ପାଦ ଦେଶରେ ଅବସ୍ଥିତ ଏହି ଗ୍ରାମ । ଆଜକୁ 6 ବର୍ଷ ହେଇଯିବ ରାସ୍ତା ଖଣ୍ଡିଏ ପାଇଁ ମଲକା ଗ୍ରାମବାସୀଙ୍କୁ ଭକୁଆ ବାନେଇସାରିଲେଣି ନେତା ମନ୍ତ୍ରୀ । ଆମେ ମଲ୍ଲକା ଗ୍ରାମବାସୀ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଆମ କଥାକୁ କର୍ଣ୍ଣପାତ କରୁନଥିବା ମଲ୍ଲକା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥର ନିର୍ବାଚନରେ ଆମେ ଭୋଟ ବର୍ଜନ କରିବୁ ବୋଲି ନେତାଙ୍କୁ ରୋକ ଠୋକ ଚେତାବନୀ ଚେତାବନୀ ଦେଇଛନ୍ତି ମଲ୍ଲକା ଗ୍ରାମବାସୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More