ଗାଁର ଘରେ ଘରେ ପଶୁଛି ନର୍ଦମା ପାଣି

55

Get real time updates directly on you device, subscribe now.

ନୂଆପଡା (ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ସିନାପାଲି ଗ୍ରାମରେ ନାଳ ସଫେଇ ପାଇଁ ପ୍ରଶାସନ ର ନଜର ନାହିଁ ଗାଁ ଲୋକେ ଲିଖିତ ଆକାରେ ପଂଚାୟତ ସରପଂଚ ବିଲାଶିନୀ ମେହେରଙ୍କୁ ଦେଇଛନ୍ତି । ସିନାପାଲି ଗ୍ରାମ ମହାଜନ ପଡା ଲିମଗଛ ଛକରୁ ଗାନ୍ଧୀ ନଗର ନାଳ ଗୁଡିକ ନାଲା ପାଲଟିଛି ଜଙ୍ଗଲ ଘରେ ଘରେ ପାଣି ପଶୁଛି ଏହି କାରୋନା ମହାମାରୀ ସମୟରେ ପ୍ରଶାଶନର ନଜର ନାହିଁ । ବର୍ଷା ହେଲେ ଘରେ ଘରେ ମଶା ମାଛି ପୋକ ପଶୁଛି ।ଲୋକେ ରୋଗରେ ଆକ୍ରାନ୍ତ ହେଉଛନ୍ତି ଯେମିତିକି ଝାଡା ବାନ୍ତି ହଇଜା ମ୍ୟାଲେରିଆ ହୋଇଯାଉଛି ମାସ ମାସ ଧରି ସଫେଇ ନହେଉଥିବା ଯୋଗୁ ଲୋକେ ପ୍ରଶାଶନକୁ ବାରମ୍ବାର କହିବା ସତ୍ୱେ ବି ଧ୍ୟାନ ଦେଉନାହାନ୍ତି । ମହାଜନ ପଡା ଲିମଗଛ ଛକରୁ ଗାନ୍ଧୀ ନଗର ନାଳରେ ସଫେଇ ନହେଉଥିବା ଯୋଗୁ ବହୁତ ମଇଳା ଅଟକ ରହି ଯାଇଛି । ନାଳର ଶେଷରେ ଜଣେ ଚାଷୀ ତାଙ୍କର ଜମି ଥିବାରୁ ତାଙ୍କ ଜମିକୁ ପ୍ଲାଷ୍ଟିକ ପଲିଥିନ ଆଦି ଯାଉଥିବାରୁ ପ୍ରଶାଶନକୁ ବାରମ୍ବାର ଜଣେଇ ପ୍ରଶାସନ କିଛି ନକରୁଥିବା ଯୋଗୁ ସେ ନିଜେ ତା ଜମି ମୁଣ୍ଡରେ ମାଟି ପକେଇ ବନ୍ଦ କରିଦେଇଛି । ସେଥିପାଇଁ ପାଣି ସବୁ ଆଡେ ଜମି ରହି ଯାଉଛି ଆଉ ଘର ଦୁଆରେ ପାଦ ଦେଇହଉନି ସଭିଏଁ ଅସୁବିଧାରୁ ସମ୍ମିଖିନ ହେଉଛନ୍ତି । ତେଣୁ ଗାଁ ଲୋକେ ପ୍ରଶାଶନକୁ ଦାବି କରୁଛନ୍ତି ସଫେଇ କାର୍ଯ୍ୟ ଆରମ୍ଭ କରିବାକୁ । ଯଦି ପ୍ରଶାସନ ଟିକେ ନଜର ପଡ଼ନ୍ତା ବେଳେ ଗାଁ ଲୋକେ ସୁଖୀ ଏବଂ ସୁସ୍ଥ ଅନୁଭବ କରିବେ।ନୂଆପଡା ଜିଲ୍ଲା ସିନାପାଲି ବ୍ଲକରୁ ହେରାମ୍ବ ପଟେଲଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More