- କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : ଗାଁରେ କ୍ୟାନ୍ସର ବ୍ୟାପିବାକୁ ନେଇ ଲୋକମାନେ କେତେକଥା କହୁଛନ୍ତି କିଏ କହୁଛି ମୋବାଇଲ ଟାୱାର ହେବା କାରଣରୁ ହେଉଛି ତ ଆଉ କିଏ କହୁଛି ଗ୍ରାମଦେବତୀଙ୍କ ଅଭିଶାପ ଯୋଗୁ ଏମିତି ହେଉଛୁ। ଏମିତି କିଛି ଭ୍ରାନ୍ତ ଧାରଣା ରହିଛି ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଞ୍ଚାୟତର ଲୋକମାନଙ୍କ ମନରେ। ଲୋକମାନଙ୍କ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବଳଭଦ୍ର ପୁର ନବନିର୍ବାଚିତ ସରପଞ୍ଚ ପ୍ରୀୟବ୍ରତ ଓଝା ଙ୍କ ପ୍ରଚେଷ୍ଟାରେ ଜିଲ୍ଲା ଓ ବ୍ଲକର ଡାକ୍ତରୀ ଟିମ୍ ଆସି ଗ୍ରାମବାସୀମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ। ଡାକ୍ତର ମାନଙ୍କ ପରୀକ୍ଷାରୁ ଜଣାପଡିଛି ଏହା କୈାଣସି ମୋବାଇଲ ଟାୱାର ଓ ଗ୍ରାମଦେବତୀଙ୍କ ଅବିସାପ ଜନିତ କ୍ୟାନ୍ସର ନୁହେଁ। ଏହି କ୍ୟାନ୍ସର ୧ରୁ ଅଧିକ ପ୍ରକାରର ହୋଇଥିବାରୁ ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସର ଡାକ୍ତର ନିରାକାର ପରିଡ଼ା ଅନ୍ଧବିଶ୍ୱାସକୁ ଖଣ୍ଡନ କରିବା ସହିତ ଗ୍ରାମର ସମସ୍ତ ବ୍ୟକ୍ତି ମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ତମାଖୁ ସେବନ ଓ ବିଷାକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ସବୁ ଠିକ୍ ହୋଇଯିବ। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)
Get real time updates directly on you device, subscribe now.