ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କର୍ମୀଙ୍କ ଦ୍ଵାରା ବୁହା ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା

18

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଣ୍ଟାପଦର ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କର୍ମୀଙ୍କ ଦ୍ଵାରା ବୁହା ହେଲେ ଗର୍ଭବତୀ ମହିଳା ।ସୂଚନା ମୁତାବକ ଅନ୍ତରବା ପଞ୍ଚାୟତର ସାନ୍ତନି ଗୋମାଙ୍ଗ ଗର୍ଭବତୀ ଥିବାରୁ ତାଙ୍କର ପେଟରେ ଯନ୍ତ୍ରଣା ହୋଇ ଥିଲା। ଫଳରେ ପରିବାର ଲୋକେ 108 ଆମ୍ବୁଲାନ୍ସ ର ସହାୟତା ଲୋଡ଼ିଥିଲେ। କିନ୍ତୁ ଗାଁକୁ ରାସ୍ତା ନଥିବାରୁ କଣ୍ଟା ପଦର ଠାରୁ 3 କିଲୋମିଟର ଦୂରର ଗାଁରେ 108 ଆମ୍ବୁଲାନ୍ସ ରହିଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀ ବିଦ୍ୟାଧର ସାହୁ ଉକ୍ତ ଗ୍ରାମକୁ ଯାଇ 3 କିଲୋମିଟର ଷ୍ଟେଚରରେ ଗର୍ଭବତୀ ମହିଳାଙ୍କୁ ବୋହି ଆଣିଥିଲେ। ଗର୍ଭବତୀଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ସେଠାରେ ଚିକିତ୍ସା କରାଯାଇଥିଲା।ଆମ୍ବୁଲାନ୍ସ କର୍ମୀ ବିଦ୍ୟାଧରଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More