ଗଜପତି(ସଂଘର୍ଷ ମିଡିଆ) : – ଘରେ ପଶୁ ପଶୁ ମୁଣ୍ଡକୁ ଚାଳ ବାଜିବା ଭଳି ଗାଁ। ଗାଁ ରେ ଅଛି ନା ଭଲ ରାସ୍ତା ନା ପିଇବା ପାଣି। ଗାଁରେ ପ୍ରବେଶ କରୁ କରୁ ଗାଁ ରାସ୍ତା ଶୋଚନୀୟ । ଏହିଗାଁକୁ ପାନୀୟ ଜଳ ଯୋଗାଣ ନାହିଁ କିମ୍ବା ରାସ୍ତା ବ୍ୟବସ୍ଥା ନାହିଁ।ଗ୍ରାମବାସୀଙ୍କ ଜୀବନ ସମସ୍ୟାରେ ଜର୍ଜରିତ ହେଉଛି। ଗ୍ରାମବାସୀଙ୍କ ଭରସା ପାଲଟିଛି ଏକ ପଥର କୁଅ ।ଏହି କୁଅ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ ।ଏହି ଦୃଶ୍ୟକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି ଗାଁରେ ଥିବା ଜଳ ସମସ୍ୟା।ଖରା ବଢୁ ଥିବା ବେଳେ କୁଅଁର ପାଣି ଶୁଖି ଶୁଖି ଯାଉଛି।ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଭୁବନୀ ପଞ୍ଚାୟତ କିଙ୍ଗଡାଙ୍ଗ୍ ଗାଁର ପ୍ରାୟ 20 ପରିବାର ।ପାଣି ମୁନ୍ଦାଏ ପାଇଁ ହଇରାଣ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଦିର୍ଘ ଦିନ ହେଲା ଏହି ସମସ୍ୟା ଜାରି ରହି ଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି।ଗୋଟିଏ କୂପ ଉପରେ ଭରଷା କରୁଥିବା ବେଳେ ଖରାଦିନ ଆରମ୍ଭ ରେ ହିଁ ପାଣି ସମସ୍ୟା ।କୂପ ପାଣି ମଧ୍ୟ ଶୁଖି ଗଲାଣି ତେଣୁ ଗାଁ ରେ ପିଇବା ପାଣିର ବ୍ୟବସ୍ଥା କଲେ ଗ୍ରାମବାସୀ ଉପକୃତ ହେବେ ବୋଲି ଗାଁ ଲୋକେ ଦାବି କରୁଛନ୍ତି।