ଗାଁକୁ ଗଡ଼ିଲା ସ୍ୱଚ୍ଛତା ରଥ

19

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ) : -ବିରିଡି ବ୍ଲକରେ ଜିଲ୍ଲା ଓ ପରିମାଳ ମିଶନ ପକ୍ଷରୁ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱଚ୍ଛତା ରଥ ଶୁଭାରମ୍ଭ କରାଯାଇଛି।ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ବିଡ଼ିଓ ହେମନ୍ତ କୁମାର ମହନ୍ତ,ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ,ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାସ୍,ସଭ୍ୟା ଦୀପ୍ତିମୟୀ ରାଏ, ଏବିଡ଼ିଓ ସନ୍ତୋଷ କୁମାର ଶତପଥୀ ସବୁଜ ପତାକା ଦେଖାଇ ବ୍ଲକର ୨୧ଟି ପଞ୍ଚାୟତରେ ଗାଁକୁ ଗାଁ ବୁଲି ଡାକବାଜି ଯନ୍ତ୍ର ଦ୍ବାରା ସଙ୍ଗୀତ ମାଧ୍ୟମରେ ରଥ ବୁଲାଇ ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ।ବିଶେଷକରି ନିଜ ଘର ଚାରିପାଖେ ସଫା ସୁତୁରା ରଖିବା, ଅଳିଆ ଆବର୍ଜନାକୁ ଏକତ୍ର କରି ନୈବଖତ ପ୍ରସ୍ତୁତ କରିବା,ଖାଦ୍ୟ ଖାଇବା ଓ ରାନ୍ଧିବା ପୂର୍ବରୁ ହାତ ଭଲ ଭାବେ ସଫା କରିବା,ଶୌଚ ପରେ ହାତ ସାବୁନରେ ଧୋଇବା,ପ୍ଲାଷ୍ଟିକ ବ୍ୟବହାର ନକରିବା,ଶିଶୁ ମଳ ଧୋଇବା ପୂର୍ବରୁ ହାତ ସଫା କରିବା,ଶୌଚାଳୟ ବ୍ୟବହାର କରିବା ପାଇଁ ବ୍ଲକ ରିସୋର୍ସ ସଂଯୋଜକ ଗୀତାଞ୍ଜଳି ସାହୁ ସୂଚନା ଦେଇଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More