ଗର୍ଭବତୀ ସ୍ତ୍ରୀକୁ ଖୋଜୁଛି ଜେଲ ଫେରନ୍ତା ସ୍ୱାମୀ

16

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ) : –ପାଠପଢିବା ବେଳେ ଗଢିଉଠିଥିଲା ପ୍ରେମସମ୍ପର୍କ । ପେଗରପଡା ଗାଁର ରାମଚନ୍ଦ୍ର ମଲ୍ଲିକଙ୍କ ସହିତ ଆଗପଡା ଗାଁର ଅର୍ଣ୍ଣନ୍ୟା ବାରିକଙ୍କ ସହିତ । ଉଭୟ ଉଭୟଙ୍କୁ ଖୁବ ଭଲପାଉଥିଲେ । ପ୍ରେମ ସମ୍ପର୍କର ୬ ବର୍ଷ ପରେ ହଟାତ ଅର୍ଣ୍ଣନ୍ୟା ନିଜ ପ୍ରେମିକ ରାମକୁ କହିଥିଲା ଆମ ଘରେ ମୋର ବାହାଘର ଠିକ କଲେଣି ତମେ ହରିଜନ ମୁଁ ଗୋପାଳ ଆମ ସମ୍ପର୍କ ବୁଝିବେନି ଆମ ଘରେ, ତେଣୁ ତମେ ମତେ ନେଇଯାଓ ନଚେତ ମୁଁ ଆତ୍ମହତ୍ୟା କରିଦେବି । ଏପରି କଥା ଶୁଣି ରାମ କିଛି ଚିନ୍ତା ନକରି ପ୍ରେମିକାକୁ ଧରି ନିଜ ଗାଁ ପାଖ ମନ୍ଦିରରେ ବିବାହ କରି ସ୍ତ୍ରୀକୁ ସାଥିରେ ଧରି ସୁଦୂର ବାଙ୍ଗାଲୋର ଚାଲିଯାଇଥିଲା । ସେଠାରେ କିଛିମାସ ରହିବାପାରେ ଦିନେ ରାମର ଶାଶୁ ଫୋନ କରି କହିଲେ ତମେ ଘରକୁ ପଳାଇ ଆସ ମୋର ଗୋଟିଏ ଝିଅ ତମକୁ ମୁଁ ଗ୍ରହଣ କରିନେବି । ପରେ ୫ ମାସର ଗର୍ଭବତୀ ସ୍ତ୍ରୀକୁ ଧରି ନିଜ ଘରେ ପହଁଚିଲା ଆଉ ଘରେ ରହିବାର ଚତୁର୍ଥ ଦିନରେ ରାଜକନିକା ପୋଲିସ ରାମକୁ ଘରୁ ଉଠାଇନେଇ ପୋସ୍କୋ କେସରେ ଜେଲକୁ ପଠାଇ ଦେବାଶହ ରାମର ସ୍ତ୍ରୀ ଅର୍ଣ୍ଣନ୍ୟାକୁ ଚାନ୍ଦବାଲି ସ୍ଥିତ ଆଶ୍ରମକୁ ପଠାଇ ଦେଇଥିଲା । ଅନ୍ୟ ପକ୍ଷରେ ୧୪ ଦିନ ପରେ ଜେଲରୁ ଜାମିନରେ ଆସି ଘରେ ନିଜ ସ୍ତ୍ରୀକୁ ନପାଇ ସିଧାସଳଖ ଯାଇ ଚାନ୍ଦବାଲିସ୍ଥିତ ଆଶ୍ରମରେ ପଂହଁଚିଥିଲେ ।ସେଠାରେ ମଧ୍ୟ ସ୍ତ୍ରୀକୁ ନପାଇ ପହଂଚିଥିଲା ନିଜ ଶଶୁରଘର ଆଗପଡାରେ ।ହେଲେ ଘରେ ତାଲାପଡିବା ଦେଖି ରାମ ନିଜ ସ୍ତ୍ରୀ ଓ ତା ପେଟରେ ବଢୁଥିବା ପିଲାର ସନ୍ଧାନ ନପାଇ ଆଜି ପର୍ଯ୍ୟନ୍ତ ଏଠି ସେଠି ସବୁଠି ଖୋଜି ବୁଲୁଛି । ଏକଥା ଆମେ କହୁନୁ କହୁଛନ୍ତି ଖୋଦ ପୀଡିତ ସ୍ୱାମୀ ରାମ । ସେ ଏଥିନେଇ କେନ୍ଦ୍ରାପଡ଼ାରେ ପଂହଁଚି ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଛନ୍ତି । କେନ୍ଦ୍ରାପଡ଼ାରୁ ସୁନନ୍ଦା ଭୂୟାଁଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More