ଗରିବ ବନ୍ଧୁ ନାରୀଶକ୍ତି ସଂଗଠନରେ ସାମିଲ ହେଲେ ଗୁପ୍ତି ପଞ୍ଚାୟତର ଶତାଧିକ ମହିଳା

17

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ର ଶତାଧିକ ମହିଳା ମାଆ ଓ ଭଉଣୀ ମାନେ ଗରିବ ବନ୍ଧୁ ନାରୀ ଶକ୍ତି ସ୍ବୋଛ ଭାରତ ସଂଗଠନରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ସଂଯୋଜକ ପ୍ରମୋଦ କୁମାର ପରିଡ଼ା, ସଭାନେତ୍ରୀ ଦୈପଦୀ ମଲ୍ଲିକ, ସମ୍ପାଦିକା ଲକ୍ଷ୍ମୀପ୍ରିୟା ମଲ୍ଲିକ ଙ୍କ ସହ ମୁଖ୍ୟ ଅତିଥି ଗୁପ୍ତି ପଞ୍ଚାୟତ ସରପଞ୍ଚ ଶାନ୍ତି ଲତା ବିଶ୍ବାଳ, ରାଜନଗର ବ୍ଲକ ର ନୂତନ ସଭାନେତ୍ରୀ ସୁଶାନ୍ତି ସ୍ବାଇଁ, ସମ୍ପାଦିକା ଦମୟନ୍ତୀ ଦାସ, ବ୍ୟାଙ୍କ ମିତ୍ର ଝରଣା ଦାସଙ୍କ ସମେତ ଶତାଧିକ ମହିଳା ମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି। ଏହି ନିଆରା କାର୍ଯ୍ୟକ୍ରମରେ ଅସହାୟ ମହିଳା ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଆସୁଥିବା ସରକାରୀ ଯୋଜନା ରୁ କୈାଣସି ମହିଳା ଯେମିତି ବାଦ୍ ନପଡନ୍ତି ସେଥିପ୍ରତି ଦୃଷ୍ଟି ଦେବ ଓ ମହିଳା ମାନଙ୍କ ଅସୁବିଧାରେ ସଦା ସର୍ବଦା ଛିଡ଼ା ହେବବୋଲି କହିଛନ୍ତି ଦୈପଦୀ ମଲ୍ଲିକ। ପଟ୍ଟାମୁଣ୍ଡାଇ ରୁ ଶକ୍ତି ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More