ଗମ୍ଭାରୀଆରେ ବିଜୟା ଦଶମିରେ ରାବଣ ପୋଡି ସମାପନ

17

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ): – ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବହଳଦା ବ୍ଳକର ଗମ୍ଭାରୀଆ ପଞ୍ଚାୟତର ଗମ୍ଭାରୀଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦୁର୍ଗାମଣ୍ଡପରେ ମା’ଦୁର୍ଗାଙ୍କ ପୂଜାର୍ଚ୍ଚନା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ପଞ୍ଚାୟତ ପଡ଼ିଆରେ ପ୍ରସିଦ୍ଧ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମଣ୍ଡପରେ ପବିତ୍ର ଦଶମୀରେ ରୀତିନୀତି ବିଧି ଅନୁସାରେ ପୂଜାର୍ଚ୍ଚନା ହେବାସହ ହୋମ, ଯଜ୍ଞ , ଅପରାଜିତା ପୂଜା ବିସର୍ଜନ କରା ଯାଇଥିଲା । ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁମାନେ ଆସି ପୂଜାର୍ଚ୍ଚନା କରି ମା’ଙ୍କ ଆଶୀର୍ବାଦ ନେଇଥିଲେ । ସଂନ୍ଧ୍ୟାରେ ରାବଣ ପୋଡି ମହୋତ୍ସବ ଧୂମଧାମରେ କମିଟି ତରଫରୁ ହୋଇଥିଲା ।ଏ‌ଇ ରାବଣପୋଡ଼ି ଉତ୍ସବ ୨୦୦୦ ମସିହାରୁ ଆରମ୍ଭ ହୋଇଥିଲା ।ଦୁଇ ବର୍ଷ କରୋନା କଟକଣା ଯୋଗୁଁ ବନ୍ଦ ଥିଲା ।ଚଳିତବର୍ଷ ହେଉଥିବାରୁ ପନ୍ଦର ହଜାରରୁ ଉର୍ଦ୍ଧ୍ବ ରାବଣପୋଡ଼ି ମହୋତ୍ସବ ଦେଖିବାକୁ ଲୋକସମାଗମ ହୋଇଥିଲା ।ଏଠାରେ ବାମନଘାଟୀ ଉପଖଣ୍ଡରେ ଏକମାତ୍ର ରାବଣପୋଡ଼ି ଉତ୍ସବ ହେଉଥିବାରୁ ପଡୋଶୀ ଝାଡଖଣ୍ଡ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଦେଖିବାପାଇଁ ଛୁଟି ଆସିଥିଲା । ଆକର୍ଷଣୀୟ ଆତସବାଜି, ଆଲୋକସଜ୍ଜା ଓ ଜୟ ମା’ଦୁର୍ଗା ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ଅଂଚଳ ।ଗମ୍ଭାରୀଆ ସରପଞ୍ଚ ବୈଦହୀ ହାଁସଦା ଅଗ୍ନି ସଂଯୋଗ କରିଥିଲେ । ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି କହିଥିଲେ ରାବଣ ପୋଡି ମହୋତ୍ସବ ପ୍ରମାଣିତ କରେ ଯୁଗେ ଯୁଗେ ସବୁଠି ଧର୍ମର ବିଜୟ ଅଧର୍ମର ବିନାଶ ।ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More