ଗଭୀର ସମୁଦ୍ରରେ ବୋଟ ବୁଡି ୧୦ରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରୀ

36

Get real time updates directly on you device, subscribe now.

କେନ୍ଦ୍ରପଡା(ସଂଘର୍ଷ ମିଡିଆ ) : ରାଜନଗରର ଗଭୀର ସମୁଦ୍ର ମଧ୍ୟରେ ବଡ ଅଘଟଣ ଘଟିଥିବା ଖବର ଆସୁଛି l ମାଛ ମାରୁବାକୁ ଯାଇଥିବା ବେଳେ ଅବଦୁଲ କାଲାମ ଦ୍ଵୀପ ନିକଟରୁ ଉପାସନା ନାମକ ଟ୍ରଲର ସହିତ ୧୦ରୁ ଉର୍ଦ୍ଧ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। କୋଷ୍ଟଗାର୍ଡ ,ଧାମରା ,ତାଳଚୁଆ ଓ ପାରାଦୀପ ମେରାଇନ ପୋଲିସ ତରଫରୁ ଉଦ୍ଧାର କାର୍ଯ୍ୟ ଜାରୀ । ଗତକାଲି ସଂଧ୍ୟା ୫ଟାରୁ ଉପାସନା ଟ୍ରଲର ସହିତ ୧୩ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ବେଳେ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇ ପାରାଦୀପ ମେଡିକାଲ କୁ ନେଇଥିବା ସୂଚନା ମିଳୁଛି l ରାଜନଗର ଅବଦୁଲ କଲାମ ଦ୍ଵୀପ ନିକଟରୁ ୧୩ ଜଣ ଙ୍କ ଭିତରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି।ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଅଛନ୍ତି।କୋଷ୍ଟଗାର୍ଡ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରିରହିଛି । ରାଜନଗରରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More