ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କରୋନା ଭୂତାଣୁ ସହ ଲଢ଼େଇ କରୁଛି ଭୁବନେଶ୍ୱର । କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ୧୦ ଦିନରେ ଭୁବନେଶ୍ବରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଟେଷ୍ଟକୁ ଅଧିକରୁ ଅଧିକ ବଢ଼ାଇ ଦିଆଯାଇଛି। ଫଳରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ବରରେ ସୁସ୍ଥହାର ୬୩ ପ୍ରତିଶତ ରହିଛି।