ସାଲେପୁର (ସଂଘର୍ଷ ମିଡିଆ ) : – ସମାଜର ଅନଗ୍ରସର ଗରିବ ବ୍ରାହ୍ମଣ ପରିବାର ପିଲାମାନଙ୍କୁ ନେଇ ଗଣ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବଜାରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ। ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ୨୭ ଜଣ ଗରିବ ବ୍ରାହ୍ମଣ ପିଲାମାନଙ୍କୁ ନେଇ ଏକା ସାଙ୍ଗରେ ଗଣ ବ୍ରତୋପନୟନ କାଯ୍ୟକ୍ରମ କରାଯାଇଛି। ଗୋଟିଏ ଦିନରେ ସମସ୍ତ ନିତି ଅନୁସାରେ ଚାରିକର୍ମ ଓ ଉପନୟନ ସଂସ୍କାର ଆଦି କାର୍ଯ୍ୟ କରାଯାଇଛି।ତୁରୀମହୁରୀ ବାଜା ଓ ଶଙ୍ଖ ଓ ମନ୍ତ୍ରଧ୍ଵନିରେ କମ୍ପି ଉଠୁଛି ବ୍ରତବେଦୀମଣ୍ଡପ। ସମସ୍ତ ବ୍ରତଧାରୀଙ୍କୁ ଅନୁଷ୍ଠାନ ପକ୍ଷରୁ ନବବସ୍ତ୍ର ସହ ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଇଛି। ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଏହି କାର୍ଯ୍ୟକ୍ରମ ବନ୍ଦ ଥିବା ବେଳେ ଚଳିତ ବର୍ଷ ଏହି ମହାନ ପଦକ୍ଷେପ ନେଇ ଶ୍ରୀ ସତ୍ୟ ସାଇ ସେବା ସମିତି ସାଲେପୁର ପକ୍ଷରୁ ପ୍ରକାଶ କରାଯାଇଛି।