ପୁରୀ(ସଂଘର୍ଷ ମିଡିଆ) : –ବାଲୁକା ଚିତ୍ରକଳା ମାଧ୍ୟମ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣେଶ ପୁଜା ର ଶୁଭେଛା ଦିଆଯାଇଛି। ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବିଚ୍ ରେ ଏକ ବିଶାଳ ପ୍ରଭୂ ଗଣେଶ ଙ୍କ ପ୍ରତିକୃତି ବାଲିରେ ନିର୍ମାଣ କରି ସାରା ଦେଶ ବାସୀ ଙ୍କୁ ଶୁଭେଛା ଦେଇଛନ୍ତି। ତେବେ ଏହି ବାଲୁକା ଚିତ୍ରକଳା ଟି ଟିକେ ଭିନ୍ନ ରହିଚି। ବାଲୁକା ଚିତ୍ରକଳା ରେ ଅତି ସୁନ୍ଦର ଭାବେ ବଡ ରୁ ଛୋଟ ଷ୍ଟିଲ ର ଗିନା, ଥାଳି ବ୍ୟବହାର ହୋଇଚି। ଯାହାକି ବାଲୁକା ଚିତ୍ର କୁ ବେଶ୍ ଆକର୍ଷଣୀୟ କରିଚି। ଶହେ କେଜି ଷ୍ଟିଲ ପଦାର୍ଥ ବ୍ୟବହାର ହୋଇଥିବା ବେଳେ ସୁଦର୍ଶନ sand art ସ୍କୁଲ ର ଛାତ୍ର ଛାତ୍ରୀ ସୁଦର୍ଶନ ଙ୍କ ସହ ମିଶି ଏହି ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି।