ଗଣିତ ଶିକ୍ଷକଙ୍କ ଆକସ୍ମିକ ବଦଳି, ବାତିଲ କରିବା ପାଇଁ ଦାବି

17

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ବିଦେଶୀ ମହାଙ୍କୁଡ (ପିସିଏମ) ଙ୍କୁ ଆକସ୍ମିକ ବଦଳି ହୋଇଯାଇଛି | ସୂଚନାଯୋଗ୍ୟ:- ୫ଟି ଯୋଜନା ଅଧୀନ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରେଣୀରେ ମୋଟ ୪୦୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି | ଗଣିତ ପାଠ ପଢାଇବା ପାଇଁ ଜଣେ ମାତ୍ର ଶିକ୍ଷକ ରହିଥିଲେ | ଉକ୍ତ ଶିକ୍ଷକ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଉମରକୋଟ ଉଚ୍ଚ ବିଦ୍ୟାଳୟକୁ ବଦଳି କରିଛନ୍ତି | ତାଙ୍କୁ ବିଦ୍ୟାଳୟରୁ ଗୁରୁବାର ରିଲିଭ କରାଯାଇଛି | ଯାହା ଫଳରେ ଶୁକ୍ରବାର ଠାରୁ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୪୦୦ ଜଣ ଛାତ୍ରଛାତ୍ରୀ ମାନେ ଗଣିତ ପାଠ ଆଉ ପଢି ପାରିବେ ନାହିଁ | ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟରୁ ପାସ୍ କରି କେତେ ଇଞ୍ଜିନିୟର,କେତେ ଡାକ୍ତର ଓ କେତେ ଛାତ୍ର ଛାତ୍ରୀ ବଡ଼ ବଡ଼ ପଦବୀରେ ରହିଛନ୍ତି l ବିଦ୍ୟାଳୟରେ ପିସିଏମ ବର୍ଗର କୌଣସି ଶିକ୍ଷକ ନାହାଁନ୍ତି | ଯେଉଁ ବିଦ୍ୟାଳୟ କୁ ବଦଳି ହୋଇଛି, ସେହି ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରେଣୀରେ ମୋଟ ୨୦୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି | ତେଣୁ ଉକ୍ତ ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ଡାବୁଗାଁ ର ଅଭିଭାବକ ଓ ବରିଷ୍ଠ ନାଗରିକ ସଂଘର ସଭାପତି ନିତ୍ୟାନନ୍ଦ ମହାନ୍ତି, ସମ୍ପାଦକ ମୁରଲୀଧର ଡାକୁଆ, ନବକିଶୋର ଜୟସିଂ, ଗଗନ ବିହାରୀ ମହାନ୍ତି ପ୍ରମୁଖ ଦାବୀ କରିଛନ୍ତି | ସୋମବାର ଦିନ ବରିଷ୍ଠ ନାଗରୀକ ସଂଘ ଓ ଅବିଭାବକ ମାନେ ଜିଲ୍ଲପାଳଙ୍କ ନିକଟରେ ନିବେଦନ କରାଯିବ | `ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାର ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More