ଗଣମାଧ୍ୟମ ନଜରରେ ପୁଜାରୀଗୁଡ଼ା, ହରଡ ଘଣାରେ ଯୋଗାଣ ସହାୟକ

19

Get real time updates directly on you device, subscribe now.

ନବରଙ୍ଗପୁର,(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ପୁଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ଠାରେ ମୃତ ଲୋକଙ୍କ ନାମରେ ରାସନ୍ କାର୍ଡ ରେ ଚାଉଳ ମାସେ ନୁହେଁ କି ବର୍ଷେ ନୁହେଁ ଉଠୁଛି ବର୍ଷ ବର୍ଷ ର ଚାଉଳ। ହିତାଧିକାରୀ ମୃତ କୁ ଚାଉଳ ସରକାରଙ୍କ କୋରନା ସହାୟତା ରାଶି ରେ ଜୀବିତ ଦର୍ଶାଇ ଚଳୁ କରିବାକୁ ନେଇ ପଞ୍ଚାୟତ ରେ ରାଜନୀତି ପାଣିପାଗ ସରଗରମ ହେବାରେ ଲାଗିଛି।ସୂଚନା ଅନୁସାରେ ଶଶି ଜାନୀ କାର୍ଡ ନଂ ୨୩୦୯୧୪୧୦୦୦୪ ମୃତ ତାରିଖ ୬ଜୁଲାଇ ୨୦୨୧,ଭାନୁମତୀ ବିଷୋୟୀ କାର୍ଡ ନଂ ୨୩୦୯୧୪୧୦୫୪୯ ମୃତ ତାରିଖ ୧୯ଡିସେମ୍ବର ୨୦୧୯,ବୃନ୍ଧାବତି ହରିଜନ୨୩୦୯୧୪୧୦୧୯୫, କୌଶଲ୍ୟା ଡମ୍ବ କାର୍ଡ ନଂ ୨୩୦୯୧୪୧୦୫୪୯ ଙ୍କ ନାତି ଯୋଗାଣ ସହାୟକ ଙ୍କୁ ପଞ୍ଚାୟତ କୁ ଯାଇ ପଚାରିବାରୁ ଯୋଗାଣ ସହାୟକ ତାଙ୍କୁ ଅସଦ ବ୍ୟବହାର କରିଥିଲେ।ଭାନୁମତୀ ବିଷୋୟୀ ଙ୍କ ପ୍ରତ୍ୟେକ ମାସର ଚାଉଳ ଓ କୋରନା ପାଇଁ ରାଜ୍ୟ ସରକାର ଦେଉଥିବା ସହାୟତା ରାଶି ଓ ୨ବର୍ଷ ର ଚାଉଳ କିଏ କାହିକି ନେଉଛି?କାରଣ ତାଙ୍କ ଜେଜେ ମାଁ ୨ବର୍ଷ ରୁ ଉର୍ଦ୍ଧ୍ ହେଲାଣି ମୃତ ହୋଇ ଜାଇଛନ୍ତି। ଏବିଷୟରେ ତୁରନ୍ତ ପୁଜାରିଗୁଡ଼ା ସଚେତନ ଯୁବଗୋଷ୍ଟି ଙ୍କୁ ଅବଗତ କରିବାରୁ ଯୁବ ଗୋଷ୍ଟି ବ୍ଲକ୍ ଯୋଗାଣ ଅଧିକାରୀଙ୍କୁ ଅବଗତ କରିବା ପରେ ସେ ଯାଞ୍ଚ କରି କାର୍ଡ ଚାଲୁ ରହିଥିବା କହିବା ପରେ ଯୁବଗୋଷ୍ଟି ପଞ୍ଚାୟତ ରେ ଆଉ କେତେ କାର୍ଡ ଏଭଳି ଚାଲିଥିବ ବୋଲି ସନ୍ଦେହ କରି ସବୁ ତନ ତନ କରି ତର୍ଜମା କରିବା ପରେ ଆଳୁ ଖୋଳୁ ମହାଦେବ ବାହାରିବା ଭଳି ରଚକ୍ ଦୃଶ୍ୟ ଦେଖିବାକୁ ମିଳିଛି।ଖୋଦ୍ ବ୍ଲକ୍ ଯୋଗାଣ ସହାୟକ ସେ ବ୍ଲକ୍ ଆସିବା ପରେ କେତେ ମୃତ ହୋଇଛି , ତାହାର ସଂପୂର୍ଣ୍ଣ ତାଲିକା ମାଗିଥିଲେ।ଏହାର ତାଲିକା ଆସିନଥିବା ସେ ସତ ସତ ମାନିଯାଇଥିଲେ ।ସୂଚନା ଥାଉକି ବ୍ଲକ୍ ରେ ସେ ଯୋଗ ଦେଉଦେଉ ଅମୋଲାଭଟା ଗ୍ରାମ ପଞ୍ଚାୟତ ଚାଉଳ ଦୁର୍ନୀତି ର ପାହାର ବାଜି ଅଣ୍ଟା ଉଠି ନ ଥିବାବେଳେ ପୁଣି ପୁଜାରୀଗୁଡ଼ା ମୃତ ଲୋକଙ୍କ ଚାଉଳ ଦୁର୍ନୀତି ର ପାହାର ବାଜିଛି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଜାରିଗୁଡ଼ା ବରିଷ୍ଟ ନାଗରିକ ମାନଙ୍କୁ ନେଇ ଆଜି ଏକ ବୈଠକ ବସିଥିଲା। ଏଥିରେ ସରପଞ୍ଚଙ୍କୂ ବରିଷ୍ଟ ନାଗରିକ ମାନେ କଣ ପଦକ୍ଷେପ ନେଇଛ ବୋଲି ପଚାରିଥିଲେ। ସରପଞ୍ଚ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିସ୍ କରିବା ସହିତ ରିକୋଭରି ପାଇଁ ବ୍ଲକ୍ ଅଫିସ୍ କୁ ଅବଗତ କରୁଥିବା ସୂଚନା ଦେଇଥିଲେ। ବରିଷ୍ଟ ନାଗରିକ ମାନଙ୍କ ମଧ୍ୟରେ ନବୀନ କର୍କରା, ସୁନିଲ ସିଂ, ସୁବାସ କର୍କରା, ଗଣେଶ ବାଘ,ବୁଲୁ ସୁନା, ବନମାଳି ଜାନୀ, ଚଇତୁ ଜାନୀ,ସମେତ ଶତାଧିକ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ।ଏ ସଂପର୍କ ରେ ପୁଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ସହିତ ଯୋଗାଯୋଗ କରିବାରୁ ଗ୍ରାମ ପଞ୍ଚାୟତ ରେ ବରିଷ୍ଟ ନାଗରିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠତ ହୋଇଥିବା ସୂଚନା ଦେଇଥିଲେ।ଏଥିରେ ଯୋଗାଣ ସହାୟକ ବିଷୟ ରେ ଆଲୋଚନା କରିଥିବା କହିଛନ୍ତି। ଅନ୍ୟ ପକ୍ଷେ ପଞ୍ଚାୟତ ବାସି ତୁରନ୍ତ ଯୋଗାଣ ସହାୟକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More