ଗଣକବି ବୈଷ୍ଣବ ପାଣିଙ୍କ୧୩୮ତମ ଜୟନ୍ତୀ ଉତ୍ସବର ଦ୍ଵିତୀୟ ସାରସ୍ୱତ ସାହିତ୍ୟ ସଭା ଅନୁଷ୍ଠିତ

25

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ମାହାଙ୍ଗା କୁଆଁପାଳ ଠାରେ ଉତ୍କଳ ଗଣକବି ସ୍ମୃତି ସଂସଦ ଆନୁକୂଲ୍ୟରେ ଜଳେଶ୍ୱରପୁର ଓ ଶ୍ରୀକୃଷ୍ଣପୁର ଉନ୍ନୟନ ପରିଷଦ ପକ୍ଷରୁ ଗଣକବି ବୈଷ୍ଣବ ପାଣି ଙ୍କ୧୩୮ତମଜୟନ୍ତୀ ଉତ୍ସବର ଦ୍ଵିତୀୟ ସାରସ୍ୱତ ସାହିତ୍ୟ ସଭା ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।ସଂସଦ ସଭାପତି ପ୍ରଫେସର କର୍ତିକେଶ୍ୱର୍ ସାହୁଙ୍କ ସଭାପତତ୍ବରେ ମୁଖ୍ୟ ଅତିଥି ସାହିତ୍ୟିକ ଗବେଷକ ଅସିତ୍ ମହାନ୍ତି ଯୋଗଦେଇ ଗଣକବି ଅନ୍ଧକାର ଜୀବନ ମୟ ମଧ୍ୟରେ ଓଡ଼ିଆ ସାହିତ୍ୟ ଓ ଗୀତିନାଟ୍ୟ କୁ ଯେଉଁ ଆଲୋକ ଦେଇଯାଇଛନ୍ତି ତାହା ଆଜି ପ୍ରାଚୀନ ଓ ଆଧୁନିକ ସାହିତ୍ୟର ଉର୍ଦ୍ବରେ, ସେ ଜଣେ ବିଶ୍ୱ ସ୍ତରୀୟ ମହାନ କାବ୍ୟ କବିତା ଓ ଗୀତି ନାଟ୍ୟ ରଚୟିତା ହୋଇ ମଧ୍ୟ ନିଜେ ନାଟ୍ୟ ନିର୍ଦେଶକ ଓ ଅଭିନେତା ଥିଲେ, ଏପରି ମହାନ କବିଙ୍କୁ ନୋବେଲ ପୁରସ୍କାର ମିଳିଥିଲେ ସେହି ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇଥାନ୍ତା ବୋଲି କହିଥିଲେ, ବରେଣ୍ୟ ଅତିଥି ପ୍ରାଧ୍ୟାପକ ସାହିତ୍ୟିକ ଡ଼ , ବିଜୟାନନ୍ଦ ସିଂହ, ବିଶିଷ୍ଟ ଅତିଥି ଭାବେ ପ୍ରଦୀପ୍ତ ଦାସ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଯାଚିନ୍ଦ୍ର ରାଉତ, ସମ୍ମାନିତ ଅତିଥି ଭାବେ ଆଗାମୀ ଶତାବ୍ଦୀ ର ପରିଚାଳନା ସମ୍ପାଦକ ମସୁଦ ଅଲି ପ୍ରମୁଖ ଯୋଗଦେଇ ପାଣି କବିଙ୍କ ସାହିତ୍ୟ ଉପରେ ଆଲୋଚନା କରିବାସହ ପ୍ରପୁଖ ଯୋଗ ଦେଇ ଗଣକବି ଙ୍କ ସାହିତ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସଂସଦର ସମ୍ପାଦକ ଦୀପକ ମହାନ୍ତି ବିବରଣୀ ପାଠ, ପ୍ରଭାତ କର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲ,ଏହି ସାହିତ୍ୟ ସଭାରେ ବହୁ ସାହିତ୍ୟିକ ନାଟ୍ୟକାର କବି ଯୋଗଦେଇଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More