ଗଣକବି ବୈଷ୍ଣବ ପାଣିଙ୍କ ୧୩୮ତମ ଜୟନ୍ତୀ ପାଳିତ

36

Get real time updates directly on you device, subscribe now.

ମାହାଙ୍ଗା ( ସନହର୍ଷ ମିଡିଆ ) : ମାହାଙ୍ଗାର ବିଶିଷ୍ଠ ଜନନାୟକ ତଥା କଳା ଜଗତର ମୁକୁଟ ବିହୀନ ସମ୍ରାଟ ଗଣ ମାନସର କବି ଗଣକବି ବୈଷ୍ଣବ ପାଣିଙ୍କ ୧୩୮ତମ ଜୟନ୍ତୀ ଉତ୍ସବ ଜନ୍ମ ମାଟି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ଠାରେ ଆଜି ପାଳିତ ହୋଇଅଛି । ଏହି ମହାନ ସାରସ୍ୱତ ସାଧକଙ୍କୁ ମାହାଙ୍ଗା ଓ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମାହାଙ୍ଗା ଗଣକବି ସାଂସ୍କୃତିକ ସଂସଦ ପକ୍ଷରୁ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରି ଚରଣ ସ୍ୱାଇଁ,ଗୀତିକାର ବିଶ୍ୱେଶ୍ୱର ଷଡ଼ଙ୍ଗୀ, ଜିଲ୍ଲାପରିଷଦ ସଭ୍ୟ ତଥା ଅନୁଷ୍ଠାନର ସମ୍ପାଦକ ହୃଷିକେଶ ସ୍ୱାଇଁ, ସରପଞ୍ଚ କଳ୍ପନା ଜେନା ସମିତି ସଭ୍ୟ ଲଷ୍ମୀଧର ବେହେରା, ସାମ୍ବାଦିକ ଭକ୍ତ ଚାରଣ ସାହୁ, ସାହିତ୍ୟିକ ଉପେନ୍ଦ୍ରନାଥ ରଣା, ରଘୁନାଥ ଜେନା, ହେମନ୍ତ ପ୍ରଧାନ, ଗଣେଶ ବିହାରୀ ପ୍ରମୁଖ ଯୋଗଦେଇ କବିଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେହିପରି ଉତ୍କଳ ଗଣକବି ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠାନ ର ସମ୍ପାଦକ ଆଇନୀଜୀବୀ ଦୀପକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପିସିସି ପୂର୍ବତନ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ସମାଜ ସେବି ଉମେଶ ସାହୁ, ସଂଗ୍ରାମ ସାମଲ, ପ୍ରଭାତ କର, ପ୍ରତାପ ନାୟକ,ଓଡିଶା କୃଷକ ଓ ଗ୍ରାମ୍ୟ ଶିଳ୍ପ ଉଦ୍ୟୋଗୀ କ୍ଲବ ଅଚ୍ୟୁତ ପୁର ପକ୍ଷରୁ ସଭାପତି ପୂର୍ଣଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ଉମାକାନ୍ତ ପ୍ରଧାନ ପ୍ରାବନ୍ଧିକ ବିଧାନ ସାମଲ ସାହିତ୍ୟିକ ଶ୍ରୀକାନ୍ତ ରାଉତରାୟ, ଅନନ୍ତ ଭୂୟାଁ, କୈଳାଶ ବେହେରା, ତ୍ରିନାଥ ଦାସ ପ୍ରମୁଖ ଯୋଗଦେଇ କବିଙ୍କ ନିଜ କର୍ମସ୍ଥଳୀ ରଘୁନାଥ ଜୀଉ ମଠ ଓ ତାଙ୍କ ଜନ୍ମ ସ୍ଥଳୀରେ ଥିବା ଫଟୋ ଓ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଦେଇ ତାଙ୍କ ଦ୍ୱାରା ରଚିତ କାବ୍ୟ କବିତା ସୁଆଙ୍ଗ ଗୀତିନାଟ୍ୟ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସେହିପରି ଗଣକବି ସ୍ମୃତି ସଂସଦ ଓ ଶରତ କର ସ୍ମୃତି ସଂସଦ ପକ୍ଷରୁ ସମ୍ପାଦକ ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଯୁବ ସଂଗଠକ ପ୍ରଦୀପ୍ତ କର , ପ୍ରଶାନ୍ତ କର, ସୁବାଷ ବେହେରା, ୱେବଜ୍ୟୋତି କର, କାର୍ତିକ ବିହାରୀ, ସୁବାଷ କର ପ୍ରମୁଖ ଯୋଗଦେଇ କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More