ଗଣକବିଙ୍କ ଜୟନ୍ତୀର ଉଜ୍ଜ।ପାନୀ ସମାରୋହ ଅନୁଷ୍ଠିତ

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଗଣକବି ବୈଷ୍ଣବ ପାଣିଙ୍କ 140 ତମ ଜନ୍ମ ଜୟନ୍ତୀ କବିଙ୍କ ଜନ୍ମ ମାଟି କୋଠପଦାରୁ ଆରମ୍ଭ ହୋଇ ସାଧନା ପୀଠ ମାଳିହାତାରେ ଉଜ୍ୟାପନ ହୋଇଛି l 1882 ମସିହାରେ କୁମାର ପୃର୍ଣ୍ଣିମାରେ ଜନ୍ମ ହୋଇ 1956 ମସିହାରେ ଅମାବାସ୍ୟାରେ ଦେହତ୍ୟାଗ କରିଥିଲେ l ତାଙ୍କରି ସ୍ମୁତି କୁ ସାରା ଓଡି଼ଶାରେ ଜୀବିତ ରଖିବା ପାଇଁ ମାନ୍ୟବର ବିଧାୟକ ପ୍ରତାପ ଜେନା ପ୍ରୟାସ କ୍ରମେ ଏହାକୁ ଛ ରାତ୍ରି ଅତିକ୍ରମ କରିଛି ପାଣି ଜୟନ୍ତୀ l ଆଜିର ଶେଷ ସମାରୋହରେ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଚଳଚିତ୍ର ଅଭିନେତା ବା ରାଜନେତା ଆକାଶ ଦାସ ନାୟକ, ଚଳଚିତ୍ର ଅଭିନେତା କୁନା ତ୍ରିପାଠୀ ସହ ଚଳଚିତ୍ର ଅଭିନେତ୍ରୀ ଏଲିନା ସାମନ୍ତରାୟ ମୁଖ୍ୟ ଆକ୍ରଷଣ କେନ୍ଦ୍ର ବିନ୍ଦୁ ପାଲଟି ଥିଲେ l ଶେଷରେ ମାହାଙ୍ଗାର ବିଶ୍ୱକ୍ରମା ମାନ୍ୟବର ବିଧାୟକ ପ୍ରତାପ ଜେନା ଯୋଗ ଦେଇ ସଭା ମଣ୍ଡିତ କରିଥିଲେ l ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବହୁସଂଖ୍ୟାରେ ମହିଳା ମାନେ ଯୋଗଦାନ ଅତିଥି ମାନଙ୍କୁ ଆଶ୍ରଯ୍ୟ କରିଥିଲା l ମାଳିହାତl ଥିଲା ଗଣକବିଙ୍କ ସାଧନା ସ୍ଥଳୀ l ଏଇଠି ରହି ସେ ପ୍ରଥମେ ମେଘନାଦ ବଧ ନାଟକ ପରିବେଷଣ କରିଥିଲେ ଏବଂ ବହୁ ପ୍ରତିଭା ସୃଷ୍ଟି କରିଥିଲେ l ଏହି ଉଜ୍ୟାପନୀ ରଜନୀରେ ଗଣକବି ବୈଷ୍ଣବ ପାଣିଙ୍କ ଦ୍ୱାରା ରଚିତ କମଳିନୀ ଉପାଖ୍ୟାନ ଜଳସରପୁର ଗୀତିନାଟ୍ୟ ସଂସଦ, କର୍ଣ୍ଣ ବଧ ଦିବ୍ୟାୟୋତି ଯୁବକ ସଙ୍ଘ କାଳିଆଣ୍ଟି ଓ ଲଷ୍ମୀ ନୃସିଂହ ସାସଂକୃତି ପରିଷଦ ମନହରିପୁର ମୁରାସୁର ବଧ ପରିବେଷଣ କରାଯାଇଥିଲା l ଗୀତିନାଟ୍ୟ ଦେଖିବା ପାଇଁ ହାଜର ହଜାର ଲୋକେ ଚାହିଁ ରହିବା ଥିଲା ବୈଷ୍ଣବ ପାଣି ଙ୍କ ଲେଖନୀ ମୁନର ଯାଦୁଗରୀ l କର୍ଣ୍ଣ ବଧ ଗୀତିନାଟ୍ୟ ଥିଲା ଗଣ କବିଙ୍କ ସୁପର ହିଟ ନାଟକ l ଏଥି ସହିତ ସ୍ଥାନୀୟ ନେତୃବୃନ୍ଦ ସଭାରେ ଉପସ୍ଥିତ ରହି ନାଟକ ଉପଭୋଗ କରିଥିଲେ କରିଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More