ଗଞ୍ଜେଇ ଓ ଦେଶୀ ପିସ୍ତଲ ସହ ଜଣେ ମହିଳାଙ୍କ ସମେତ ୪ ଗିରଫ

32

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :ସୋନପୁର ଜିଲ୍ଲା ସଦର ଟାଉନ୍ ଥାନା କୁଞ୍ଜ ଛକ ନିକଟରୁ ପୋଲିସ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ରାକେଟକୁ ଧରିବାରେ ସଫଳ ହୋଇଛି I ଗତକାଲି ସଂନ୍ଧ୍ୟା ସମୟରେ ସୋନପୁର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ କୁଞ୍ଜ ଛକ ନିକଟରେ ଏକ ବାଇକ ସିଜି୧୩ ୟୁଏଚ ୨୫୯୭ ରେ ଜଣେ ମହିଳା ଓ ପୁରୁଷ ଯାଉଥିବା ବେଳେ ସନ୍ଦେହ କରି ଅଟକାଇଥିଲେ I ବାଇକ ସର୍ଚ୍ଚ କଲାବେଳେ ବାଇକରୁ ୨୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଥିବା ଜାଣିପାରିଥିଲେ Iସେହି ବାଇକକୁ ଆଉ ଗୋଟେ ବାଇକ ଓଡି୩୧ ସି ୫୬୩୯ ରାସ୍ତା ଦେଖାଉଥିବା ଜାଣି ପାରିଥିଲେ ସେହି ବାଇକକୁ ଅଟକାଇ ଥିଲେ ଜାଣିବାକୁ ପାଇଥିଲେ ଯେ ଏମାନେ ସମସ୍ତେ ଗୋଟିଏ ଗୋଷ୍ଠିର ତାଙ୍କୁ ମଧ୍ୟ ଅଟକ ରଖିଥିଲେ ଓ ସେମାନଙ୍କ ପାଖରୁ 4 ଟି ମୋବାଇଲ, ଗୋଟେ ଦେଶୀ ପିସ୍ତଲ, ଗୋଟେ ଜୀବନ୍ତ ଗୁଳି ସହିତ ଗୋଟେ ମେଗାଜିନ ଜବତ କରିଥିଲା ସୋନପୁର ପୋଲିସ I ତେବେ ଏହି ଚୋରା ଚାଲାଣ ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିଥିବା ବେଳେ ଏମାନେ ହେଲେ ମନମୁଣ୍ଡା ଥାନା ଅଞ୍ଚଳର ଦାମୋଦର ମହାଲିଙ୍ଗ ଓ ଯୋଗେଶ୍ବର ପ୍ରଧାନ, ଅନ୍ୟ ଦୁଇଜଣ ଛତିଶଗଡ ଅଞ୍ଚଳର ଗାୟତ୍ରୀ ଶୀଧର ଓ ସାହିଲ ସାହୁ ବୋଲି ଜଣାପଡିଛି । ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସଦର ପୋଲିସ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏଥିରେ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ସୋନପୁର ଆଇଆଇସି କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥୂଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More