ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ସଂଯୋଗୀ ରାସ୍ତାକୁ ଅବରୋଧ କଲା ଜାତୀୟରାଜପଥ କର୍ତ୍ତୃପକ୍ଷ

21

Get real time updates directly on you device, subscribe now.

।ଗଞ୍ଜାମ ( ସଂଘର୍ଷ ମିଡିଆ ) : ଗଞ୍ଜାମ ଜିଲ୍ଲାର ଗଞ୍ଜମ ବ୍ଲକ, ଖଲ୍ଲିକୋଟ ବ୍ଲକ ଓ ରମ୍ଭା ଏନଏସିକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ସଂଯୋଗୀ ରାସ୍ତାକୁ ଅବରୋଧ କରିଛନ୍ତି ଜାତୀୟରାଜପଥ କର୍ତ୍ତୃପକ୍ଷ । ଏହାର ପ୍ରତିବାଦରେ ଆନ୍ଦୋଳନ ଧମକ ଦେଇଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ଓ ଚାଷୀ ମାନେ । ଓ ହସ୍ତକ୍ଷେପ ଲୋଡିଛନ୍ତି ପୁର୍ବତନ ଉପବାଚସ୍ପତିଙ୍କର । ଘଟଣାକୁ ଗୁରୁତ୍ୱ ଦେଇ ଅନୁଧ୍ୟାନ କରିଛନ୍ତି ପୁର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା । ଜତୀୟ ରାଜପଥ ରମ୍ଭା ଏନଏସି ଠାରୁ ପାଲଙ୍ଗ ପର୍ଯ୍ୟନ୍ତ, ରାଜ୍ୟ ସରକାର ସ୍ଥାନିୟ ଅଧିବାସୀ ଓ ଚାଷୀଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ରାସ୍ତା ନିର୍ମାଣ କରିଛନ୍ତି । ଏହି ରାସ୍ତା ରାମ୍ଭା ଏନଏସି ଅଧା କିଲୋମିଟର ପରେ ଜାତୀୟ ରାଜପଥ (୧୬ ),କୁ ଅତିକ୍ରମ କରି ଜଟିଆ ଖୋଲ, ସୁନାକେରା, ଫ୍ଲଲଝର ଗ୍ରାମ ଅତିକ୍ରମ କରି ପାଲଙ୍ଗ ପଂଚୟତ ଦେଇ ଖଣ୍ଡିଦେଉଳି -ପୁରୁଷୋତ୍ତମ ରାସ୍ତାକୁ ସଂଯୋଗ କରୁଛି । ଏହି ରାସ୍ତାସବୁ ଗ୍ରାମ ଉପରେ ଲୋକଙ୍କ ଜୀବନ ଜୀବିକା ପ୍ରତିଦିନ ନିର୍ଭର କରୁଅଛି ।, ସେମାନେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଦୈନଦିନ ନିତ୍ୟବାହି ସାମଗ୍ରୀ ପାଇଁ ଦୈନିଦିନ ଆସିଥାନ୍ତି । ଏହା ବ୍ୟତୀତ ରମ୍ଭା ଏନଏସି, ଗଞ୍ଜାମ ବ୍ଲକ ର ପାଲଙ୍ଗ ପଞ୍ଚୟତ , ଖଲ୍ଲିକୋଟ ବ୍ଲକ ର ସାବୁଳିଆ ପଞ୍ଚାୟତ,କୁମୁଟରାମ ପଲ୍ଲୀ ପଞ୍ଚୟତ ଓ ବାଦପଲ୍ଲୀର ତିନିହାଜର ଚାଷୀ ଜମିରେ କୃଷି କାର୍ଯ୍ୟ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଏହି ଅତିକ୍ରମ ସଂଯୋକିକାରଣ ରାସ୍ତା ଛକକୁ ବନ୍ଦ କରିଦେବା ଦ୍ୱାରା ଏହି ରାସ୍ତା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ଓ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଓ ଚାଷୀ ମାନଙ୍କ ଅନୁରୋଧ କ୍ରମେ ରବିବାର ଦିନ ପୂର୍ବତନ ଉପବାଚସ୍ପତି ଓ ବର୍ତ୍ତମାନର ରାଜ୍ୟ କୃଷି ବିପଣନ ପରିଷଦ ବୋର୍ଡ ର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଚାଷୀ ଓ ସ୍ଥାନୀୟ ବିଜେଡି ନେତାଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ପୂର୍ବତନ ନଗରପାଳ ବିଜୟ ଚନ୍ଦ୍ର ବିଶ୍ୱାଳ, ରାମ୍ଭା ବେବ୍ୟସାୟୀ ପ୍ରତିନିଧି ସଂଘର ଅନୀଲ କୁମାର ପାଢ଼ୀ, ଚାଷୀ ତଥା ବିଜେଡି ନେତା ମନୋଜ କୁମାର ତରାଇ, ପାଲଙ୍ଗ ସରପଞ୍ଚ ଜାନକୀ ପ୍ରଧାନ, ବିଜେଡି ନେତା କୃଷ୍ଣଚନ୍ଦ୍ର ପ୍ରଧାନ , ନାରାୟଣ ପଟ୍ଟନାୟକ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ଆଲୋଚନା କରି ଦାବି ପତ୍ର ପ୍ରଦାନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More