ଗଞ୍ଜାମ ଏନଏସିରେ ପରିକ୍ରମା କଲା କରୋନା ସଚେତନତା ରଥ

50

Get real time updates directly on you device, subscribe now.

ଗଞ୍ଜାମ ( ସଂଘର୍ଷ ମିଡିଆ ) : ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା କୋଭିଡ଼ି ସପ୍ତାହ ପାଳନର ଶେଷ ଦିବସରେ ଗଞ୍ଜାମ ଏନଏସିରେ କୋଭିଡି ସଚେତନତା ରଥ ପରିକ୍ରମା କରି କରୋନା ସଂକ୍ରମଣକୁ ମାତ ଦେବା ପାଇଁ ସଚେତନତା କରିଥିଲେ । ଏନଏସି କାର୍ଯ୍ୟାଳୟରୁ ଏହି ସଚେତନତା ରଥକୁ ପତାକା ଦେଖାଇ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ,ସିଡିପିଓ ସଲୀଳା ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଏନଏସିର ବିଭିନ୍ନ ୱାଡ଼ ପରିକ୍ରମା କରି ଲୋକଙ୍କୁ ମାସ୍କ ପିନ୍ଧିବା,ସମଦୁରତା ରକ୍ଷାକରିବା,ଓ ପଞ୍ଚସୁତ୍ରୀ ନିୟମ ପାଳନ କରିବା, କରୋନାକୁ ହାରିବ, ଗଞ୍ଜାମ ଜିତିବ ନେଇ ସଚେତନତା କରିଥିଲେ । ଏହି ଅବସରେର ମାସ୍କ ପିନ୍ଧିନଥିବା ଲୋକଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଥିଲା । ସେହିପରି ସଫେଇ କର୍ମଚାରୀଙ୍କୁ ମାଗଣାରେ ରାସନ ବଣ୍ଟନ କରାଯାଇଥିଲା । ଏହି ସଚେତନତା ରାଲିରେ ସିଓ -ଅନିତାଅଂଶୁମାଳି ସାହୁଙ୍କ ସମେତ ଅଙ୍ଗାନାବାଡି ଦିଦି, ସହାୟକ, କୋଭିଡ଼ି ସଖି, ସଫେଇ କର୍ମଚାରୀ , ଏନଏସି କର୍ମଚାରୀ ସାମିଲ ହୋଇଥିଲେ । ଏହି ସପ୍ତାହ ପାଳନ ଅବସରରେ ବିଭିନ ପ୍ରତିଯୋଗିତା , ବରିଷ୍ଠ ନଗରିକମାନଙ୍କୁ ନେଇ ସଚେତନତା ରାଲି କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More