ଗଜାନନଙ୍କ ପୂଜା ଧୁମ ଧାମରେ ପାଳିତ

20

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ : — ସାରା ରାଜ୍ୟରେ ଗଜାନନଙ୍କ ପୁଜା ଧୁମ ଧାମରେ ଚାଲୁ ଥିବା ବେଳେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା,ବ୍ଲଜ ସଦର ମହକୁମା,ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ମାନଙ୍କରେ ଚାଲିଛି ବିଘ୍ନ ବିନାସନ ଗଜାନନଙ୍କ ପୂଜା । ପ୍ରାତଃ ସମୟରୁ ଉଠି ଛାତ୍ର/ଛାତ୍ରୀ ମାନେ ନିଜ ନିଜର ନିତ୍ୟକର୍ମ ସମାପନ କରି ନୁଆ ପୋଷାକ ପରିଧାନ କରି ହାତରେ ଫୁଲ,ନଡିଆ,ଧୁପକାଠି ଧରି ବିଦ୍ୟାଳୟ ଅଭିମୁଖେ ଅତି ଆନନ୍ଦରେ ଯାଇ ପୁଜା କରି ଥିଲେ।ନାଚ ଗୀତର ଆସର୍ ବେଶ୍ ମନ ମୁଗ୍ଧକର ହୋଇଥିଲା।ଡାବୁଗାଁ ଜୟନ୍ତି ନଗର ଗାନ୍ଧି ଯୁବକ ସଙ୍ଘ,ଜଗନ୍ନାଥ ମନ୍ଦିର ପାଖ ବିଘ୍ନେଶ୍ଵର ଯୁବକ ସଙ୍ଘ,ବଜାର ଦାଣ୍ଡରେ ଶ୍ରଧାଳୁ ଯୁବକ ମାନଙ୍କ ଉଦ୍ୟମରେ ପୁଜା ହୋଇଥିଲା, ଜାହାକି ରାସ୍ତା ଉପରେ ଭକ୍ତ କି ଜୁବକ,କି ଛୁଆ ସମସ୍ତେ ଗୀତର ତାଳେ ତାଳେ ନାଚି ଉଠିଥିଲେ।ଡାବୁଗାଁ କନ୍ୟାଶ୍ରମ,ବଡଓଲମା ୪ଜଣ ଛାତ୍ରଙ୍କ ଦ୍ଵାରା ନିର୍ମିତ ହୋଇଥିବା ଗଜାନନଙ୍କ ପୂଜା ପଞ୍ଚାୟତ ହାଇ ସ୍କୁଲ ସହ ସମସ୍ତ ବିଦ୍ୟାଳୟରେ ବେଶ ଆକର୍ଷଣ ଓ ମନୋମୁଗ୍ଧକର ହୋଇଥିଲା।କାରଣ ଦୁଇ ବର୍ଷ କରୋନା ରହି ଥିବାରୁ ସେ ମଜା ଏ ବର୍ଷ ସମସ୍ତେ ମନ ଭରପୁର ନେଇ ଥିବା ଦେଖାଯାଇଛି। ଡାବୁଗାଁ କନ୍ୟାଶ୍ରମର ସମସ୍ତ ଛାତ୍ରୀ ମାନେ ନାଚ ଗୀତ ମଜାରୁ ବାଦ୍ ପଡି ନାହାନ୍ତି।ପ୍ରତ୍ୟେକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସହ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ସହଜୋଗରେ ବେଶ ସୁରୁଖୁରୁରେ ପୁଜା କାର୍ଜ୍ୟ ସମ୍ପାଦନ ହୋଇ ଥିବା ବେଳେ କନ୍ୟାଶ୍ରମକୁ ଆସିଥିବା ଅଭିଭାବକ ଓ ଅଭିଭାବିକା ମାନଙ୍କୁ ମଧ୍ୟାହ୍ନ ଭୋଜନ ଦେଇ ଆପ୍ୟାୟିତ କରି ଥିଲେ। ସହର ଗୁଡିକ ଗଜାନନଙ୍କ ଆଗମନରେ ଉତ୍ଛବ ମୁଖର ହେବାସହ୍ ଭକ୍ତିମୟ ପରିବେଶ ସ୍ରୁଷ୍ଟି ହୋଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More