ଗଜପତି ଜିଲ୍ଳାରେ ନିର୍ବାଚନ ମୁଖ୍ୟ ପର୍ଯ୍ୟବେକ୍ଷକଙ୍କ ଯୋଗଦାନ

28

Get real time updates directly on you device, subscribe now.

ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : – ଭାରତ ନିର୍ବାଚନ କମିଶନ ଦ୍ବାରା ଗଜପତି ଜିଲ୍ଲା ପାଇଁ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଶ୍ରୀଯୁକ୍ତ ଗନ୍ଧମ୍ ଚନ୍ଦୃଡୁ, ଭାପ୍ରସେ, ପରିଚାଳକ ନିର୍ଦ୍ଦେଶକ, ସ୍ଵଚ୍ଛ ଆନ୍ଧ୍ର ନିଗମ, ଆନ୍ଧ୍ରପ୍ରଦେଶ (E-mail Id- sge2024generalobservergjp@ gmail.com) ଆଜି ଗଜପତି ଜିଲ୍ଲାରେ ନିର୍ବାଚନର ମୁଖ୍ୟ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରିଛନ୍ତି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପରିଦର୍ଶନ କରି ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ ବିଭିନ୍ନ ଟିମ୍ ସହିତ ଆଲୋଚନା କରିଛନ୍ତି । ନିର୍ବାଚନର ସମସ୍ତ କାର୍ଯ୍ଯ ସଠିକ୍ ପରିଚାଳନା ନିମନ୍ତେ ସବୁ ଦିନରେ ସୂଚନା ଆଦାନ ପ୍ରଦାନ ଉପରେ ପର୍ଯ୍ୟବେକ୍ଷକ ଗୁରୁତ୍ୱାରୋପ କରିଥିଲେ । ସାଧାରଣ ନିର୍ବାଚନ ପକ୍ରିୟାକୁ ମୁକ୍ତ ,ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ସମସ୍ତେ ନିଜର ଦାୟିତ୍ଵ ଓ କ୍ଷମତା ସମ୍ପର୍କରେ ଅବଗତ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର ଜିଲ୍ଲା ନିର୍ବାଚନ ବିଭାଗ ଦ୍ୱାରା କରାଯାଇଥିବା ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More