ଗଜପତି ଜିଲ୍ଲା ସ୍ତରୀୟ ଆମ୍ବ ମେଳା ଉଦଘାଟିତ

16

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ପରିସରରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରୀୟମ ରାଇତଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ଆମ୍ବ ମେଳା ଉଦଘାଟିତ ହୋଇଯାଇଛି। ତା.୨୭ ଠାରୁ ତା.୨୯ ତାରିଖ ପର୍ଯ୍ୟନ୍ତ ଆମ୍ବ ମେଳା ଖୋଲା ରହିବ। ଏହି ମେଳା ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସମିତି ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ଆମଗାଁ ଆମ୍ବ ପସରା ନାମରେ ଆମ୍ବ ମେଳା ଆୟୋଜିତ ହୋଇଛି। ଏହି ମେଳାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଉତ୍ପାଦିତ ହେଉଥିବା ପ୍ରାୟ ସବୁ ପ୍ରକାର ଆମ୍ବ ଯେପରି କି ଆମ୍ରପଲି, ଲେଙ୍ଗଡା, ଦଶେରୀ, ମଲ୍ଲିକା, ବାଇଗଣ ପଲ୍ଲେଇ, ହାତୀ ମୁଣ୍ଡ , ଆଖୁ ରସ ଇତ୍ୟାଦି ପ୍ରଜାତିର ଆମ୍ବ ବିକ୍ରି ହେବ। ଏହି ମେଳାରେ ସିଧା ଉତ୍ପାଦିତ ଗୋଷ୍ଠୀ ମାନଙ୍କ ଠାରୁ ଗଜପତି ଜିଲ୍ଲା ସମେତ ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଆସି ଆମ୍ବ ଏହି ମେଳରେ ବିକ୍ରି ହେବ। ଏହି ଆମ୍ବ ମେଳାରେ ଜିଲ୍ଲାର ୪ ଗୋଟି ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପରିଚାଳିତ ହେବ। ଏହି ମେଳାରେ ବିଭିନ୍ନ କିସମର ଆମ୍ବ ଆସିଥିବାରୁ ଲୋକମାନଙ୍କ ଭିତରେ କିଣିବାର ଆଗ୍ରହ ରହିଛି।ଏହି ଜିଲ୍ଲା ସ୍ତରୀୟ ଆମ୍ବ ମେଳାରେ ପ୍ରକଳ୍ପ ପ୍ରଶାସକ ଆଦିବାସୀ ଉନ୍ନୟନ ସଂସ୍ଥା ଫାଲଗୁନୀ ମାଝୀ, ଉପ ନିର୍ଦ୍ଧେଶ ଉଦ୍ୟାନ ବିଭାଗ ଅଧିକାରୀ ସୁଶାନ୍ତ ରଞ୍ଜନ ଦାସ, ଓରମାସ ରୁ ଦିଲ୍ଲୀପ କୁମାର ସାହୁ, ଡିପିଏମ/ ଓଏଲଏମର ଅଧିକାରୀ ପ୍ରିୟମ୍ବଦା ବିଷୋୟୀ,ମିଶନ ଶକ୍ତି ଡିପିଏ ମନସ୍ମିତା ପାତ୍ର ସମେତ ଜିଲ୍ଲାର ବିଭିନ୍ନ ସ୍ଵୟଂ ସହୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More