ଗଜପତି ଜିଲ୍ଲା ମିଳିତ ଅମଲା ମଞ୍ଚର କଳା ବ୍ୟାଚ ପରିଧାନ

15

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ମିଳିତ ଅମଲା ସଙ୍ଘ ତରଫରୁ କଳା ବ୍ୟାଜ ପରିଧାନ କରି ଆଜି ତୃତୀୟ ଦିନରେ ଶାନ୍ତି ପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । କନିଷ୍ଠ ସହାୟକଙ୍କ ବେତନ ଲେବଲରେ 4ରୁ ଲେବଲ 9 କୁ ବୃଦ୍ଧି କରିବା ନିମନ୍ତେ 2017 ମସିହାରୁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ସେମାନଙ୍କ ଏହି ସମସ୍ୟା ବିଷୟରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରି ବାରୁ ଚଳିତ ମାସ 22 ରୁ 31ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରିବେ ଏବଂ ଏକ ଜୁନରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ଯିବା ନିମନ୍ତେ ନିଷ୍ପତ୍ତି ହୋଇଛି।ଏଥି ନିମନ୍ତେ ଗତ 21 ତାରିଖରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ2ରେ ମିଳିତ ଅମଲା ମଞ୍ଚର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା।ମିଳିତ ଅମଲା ମଞ୍ଚ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇ ଥିବା ଏ ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More