ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ବିଧାନସଭା ସଦାଚାର କମିଟ୍

18

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : – ରାଜ୍ୟ ବିଧାନସଭା ସଦାଚାର କମିଟି ପକ୍ଷରୁ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ଉଚ୍ଚ ପଦାଧିକାରୀଙ୍କ ସହିତ ଜନ ପ୍ରତିନିଧିଙ୍କ ଅଭିଯୋଗ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମୀକ୍ଷା କରାଯାଇଛି। ବିଧାନସଭା ସଦାଚାର କମିଟିର ସଭାପତି ତଥା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟତଃ ବିଧାନସଭା ପ୍ରଣୀତ ବୁକ ସାରକୁଲର- 47 ଅନୁଯାୟୀ ଜନ ପ୍ରତିନିଧିଙ୍କ ଚିଠି ପହଞ୍ଚିବା କ୍ଷଣି ତାର ତୁରନ୍ତ ପ୍ରାପ୍ତି ସ୍ୱୀକାର ପ୍ରଦାନ କରାଯିବ।ଏଥିପାଇଁ ଜିଲ୍ଲା ସ୍ତରରୁ ଆରମ୍ଭ କରି ନିମ୍ନ ସ୍ତର ପର୍ଯ୍ୟନ୍ତ ଉପଯୁକ୍ତ କାର୍ଯ୍ୟାଳୟରେ ଜଣେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ସମନ୍ୱୟ କାରୀ ଭାବେ ନିର୍ଯୁକ୍ତି କରାଯିବ।ସେହିପରି ପ୍ରତ୍ୟେକ ମାସର ଏକ ତାରିଖ ଓ 15 ତାରିଖରେ ଜିଲ୍ଲାର କାର୍ଯ୍ୟାଳୟ ଗୁଡିକରେ ଜନ ପ୍ରତିନିଧିଙ୍କ ଚିଠି ଗୁଡିକର ସମୀକ୍ଷା ହେବ ଚିଠି ର ସର୍ବଶେଷ ଉତ୍ତର ଦେବା ସମ୍ଭବ ନ ହେଲେ ଅନ୍ତରିଣ ଉତ୍ତର ପ୍ରଦାନ କରାଯିବ।ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଉନ୍ନୟନ କାର୍ଯ୍ୟର ତାଲିକା ଜନ ପ୍ରତିନିଧି ଙ୍କୁ ପ୍ରଦାନ କରାଯିବ। ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ପ୍ରତି ତିନି ମାସରେ ଥରେ ଅନୁଷ୍ଠିତ ହେବ।ବୈଠକର ବିବରଣୀ ପ୍ରତ୍ୟେକ ସଦସ୍ୟ ଓ ନ୍ୟସ୍ତ ଥିବା ବିଭାଗ ଅଧିକାରୀଙ୍କୁ ପ୍ରଦାନ କରାଯିବ। ପ୍ରତ୍ୟେକ ବିଭାଗର ମୁଖ୍ୟ ଜିଲ୍ଲାସ୍ତରିୟ ଆହୁତ ବୈଠକରେ ଉପସ୍ଥିତ ରହିବେ।ଏକାଧିକାର ଅନୁପସ୍ଥିତ ରହିଲେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବ। ସଦାଚାର କମିଟି ଅନ୍ତର୍ଭୂକ୍ତ ଚିଠି ଗୁଡିକର ଉତ୍ତର ପ୍ରଦାନ ବ୍ୟବସ୍ଥା ସଂକ୍ରାନ୍ତରେ ବିଚାର କରାଯିବ ବୋଲି ଅଧ୍ୟକ୍ଷ ମତ ପ୍ରକାଶ କରିଥିଲେ। ଗଜପତି ଜିଲ୍ଲା ଛୋଟ ହେଲେ ବି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅବଦାନ ଜିଲ୍ଲା ତଥା ସାରା ରାଜ୍ୟରେ ପ୍ରସିଦ୍ଧ ବୋଲି କମିଟି ର ଅଧ୍ୟକ୍ଷ ଶ୍ରୀ ଶତପଥୀ କହିଥିଲେ।ବୈଠକରେ ବ୍ରହ୍ମ ପୁର ସାଂସଦ ଚନ୍ଦ୍ର ଶେଖର ସାହୁ କମିଟି ର ସଦସ୍ୟ ଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମଲ,ପ୍ରୀତମ ପାଢ଼ୀ, ଅଙ୍ଗଦ କହଁର ଓ ଦାଶରଥି ଗୋମାଙ୍ଗ ପ୍ରମୁଖ ଯୋଗ ଦେଇ ବିଧାନସଭା ପ୍ରଣୀତ ବୁକ ସରକୁଲର 47 ବିଷୟରେ ଜିଲ୍ଲାର ଉଚ୍ଚ ପଦାଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ।ଜିଲ୍ଲା ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବହୁତ ସୁନ୍ଦର ଭାବରେ କାର୍ଯ୍ୟ ହେଉଛି ବୋଲି ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ବିଧାନସଭା ସଦାଚାର କମିଟି ପ୍ରଶଂସା କରିଥିଲେ। ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲା ରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ବିଧାନସଭା ସଦାଚାର କମିଟିର ଅଧ୍ୟକ୍ଷ ଓ ସମସ୍ତ ଙ୍କୁ ଅବଗତ କରାଇଥିଲେ।ବିଧାନସଭା ସଦାଚାର କମିଟି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ନିଲାମା ମନ୍ଦିର ପରିଦର୍ଶନ କରିଥିଲେ।ବୈଠକରେ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରୋମାଞ୍ଚଳ ଖମାରି, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଲଳିତ କୁମାର କହଁର,ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଗଣ ବୈଠକରେ ଉପସ୍ଥିତ ଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More