ଗଜପତି ଜିଲ୍ଲା କୋର୍ଟ ତରଫରୁ ମାଗଣା ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ

20

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଜିଲ୍ଲା କୋର୍ଟ ଠାରେ ଥିବା ଗଜପତି ଜିଲ୍ଲା ନ୍ୟାୟାଳୟ ତରଫରୁ ଏକ ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଓ ଦୌରା ଜଜ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।ଗଜପତି ଜିଲ୍ଲା ନ୍ୟାୟାଳୟ ଓ ଗଜପତି ମୁଖ୍ୟ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତ ପରୀକ୍ଷା ଶିବିରରେ ଜିଲ୍ଲା କୋର୍ଟର ସମସ୍ତ ବିଚାରପତିଙ୍କ ସମେତ ଓକିଲ ଓ କୋର୍ଟ କର୍ମଚାରୀ ମାନଙ୍କ ପାଇଁ ମାଗଣା ରକ୍ତ ପରୀକ୍ଷା କରାଯାଇଥିଲା।ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଗଣ ଯଥା ପରିବାର ଅଦାଲତର ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରଦୀପ କୁମାର ସାମଲ, ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା, କୋର୍ଟ ରେଜିଷ୍ଟର ଶ୍ରୀ ସତ୍ୟବ୍ରତ ରାଣା,ଉପ ଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀଣୀ ଶ୍ରୀମତୀ ବର୍ଷା ଶର୍ମା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶୁଭଜିତ ବେହେରାଙ୍କ ସମେତ ଓକିଲ ସଂଘ ସମ୍ପାଦକ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକ ଓ ବରିଷ୍ଠ ଓକିଲ ବୃନ୍ଦ ଯଥା ଶ୍ରୀ ଅଶୋକ କୁମାର ପାଣିଗ୍ରାହୀ ଶ୍ରୀ ଏଲ କେଂ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ପରୀକ୍ଷା କରାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର ଉପସ୍ଥିତ ରହି ରକ୍ତ ପରୀକ୍ଷା ଶିବିରରେ ସୁପରିଚାଳନା କରିଥିବା ବେଳେ ଆୟୋଜିତ ଏହି ରକ୍ତ ପରୀକ୍ଷା ଶିବିରରେ ଯକୃତ, ବୃକକ, ଲିପିଡି ପ୍ରୋଫାଇଲ ଟେଷ୍ଟ ଥାଇରାଇଡ଼, ମଧୁମେହ ଇତ୍ୟାଦି ପରୀକ୍ଷାମାନ କରାଯାଇଥିବାର ସୂଚନା ଦେଇଥିଲେ। ଆୟୋଜିତ ରକ୍ତ ପରୀକ୍ଷା ଶିବିରରେ କୋର୍ଟର ସମସ୍ତ କର୍ମଚାରୀ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ନିଜ ନିଜ ରକ୍ତ ପରୀକ୍ଷା କରିଥିଲେ।ସମସ୍ତ କାର୍ଯ୍ୟକୁ କୋର୍ଟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More